ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ର କ୍ବାର୍ଟର୍ଫାଇନାଲ୍ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍ ଭାମ୍ବ୍ରି ଓ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କ ଯୋଡ଼ି ପ୍ରିକ୍ବାର୍ଟରରେ ଚତୁର୍ଥ ସିଡ୍ ଜର୍ମାନୀର କେଭିନ କ୍ରାୱିଜ୍ ଓ ଟିମ୍ ପୁଏଜ୍ଙ୍କୁ ୬-୪, ୬-୪ ସିଧାସଳଖ ସେଟ୍ରେ ପରାସ୍ତ କରି ଏହି ଅନନ୍ୟ ସଫଳତା ଲାଭ କରିଛନ୍ତି। ନିଜଠାରୁ ୧୦ଟି ସ୍ଥାନ ଉଚ୍ଚ ମାନ୍ୟତାପ୍ରାପ୍ତ ତଥା ଅଧିକ ସଫଳ ଓ ଅଭିଜ୍ଞ କ୍ରାୱିଜ୍ ଓ ପୁଏଜ୍ଙ୍କୁ ହରାଇବାକୁ ଭାମ୍ବ୍ରି-ଭେନସ୍ ଏକ ଘଣ୍ଟା ୨୩ ମିନିଟ୍ କାଳ ଲଢ଼ିଥିଲେ। କ୍ବାର୍ଟର୍ଫାଇନାଲ୍ରେ ସେମାନେ ଏକାଦଶ ସିଡ୍ କ୍ରୋଏସିଆର ନିକୋଲା ମେକଟିକ୍ ଓ ଆମେରିକାର ପୁରୁଖା ଖେଳାଳି ରାଜୀବ ରାମଙ୍କୁ ଭେଟିବେ। ଆଘାତ ଜନିତ ସମସ୍ୟା ଜର୍ଜରିତ ୩୩ବର୍ଷୀୟ ଭାମ୍ବ୍ରି କେବବି କୌଣସି ଗ୍ରାଣ୍ଡସ୍ଲାମ୍ର ପୁରୁଷ ଏକକର ପ୍ରଥମ ରାଉଣ୍ଡ୍ ଆଗକୁ ବଢ଼ି ପାରିନାହାନ୍ତି। ତେବେ ଯୁଗଳରେ ଅପେକ୍ଷାକୃତ ଭଲ ପ୍ରଦାର୍ଶନ କରି ଚଳିତ ବର୍ଷର ଫ୍ରେଞ୍ଚ୍ ଓପନ୍ ଓ ୱିମ୍ବଲଡନ୍ ଓପନ୍ ପୁରୁଷ ଯୁଗଳର ତୃତୀୟ ରାଉଣ୍ଡ୍ରେ ପ୍ରବେଶ କରିଥିଲେ।
ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ
ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…




