ୟୁକ୍ରେନର ୯/୧୧ ପରି ଆକ୍ରମଣ, ୬ ମୃତ

ନୂଆଦିଲ୍ଲୀ : ରୁଷ ଉପରେ ୟୁକ୍ରେନର ୯/୧୧ ଭଳି ହୋଇଥିବା ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଆକ୍ରମଣରେ ଶିଶୁ ସମେତ ୬ ଜଣଙ୍କ ଜୀବନ ଚାଲି ଯାଇଛି । ଏହାସହ ୧୦ ଜଣ ଗୁରୁତର ହୋଇଛନ୍ତି । ରୁଷିଆର କୁର୍ସ୍କ ଅଞ୍ଚଳରେ ଥିବା ରିଲ୍‌ସ୍କ ସହରରେ ଏହି ଆକ୍ରମଣ ହୋଇଛି । ଏହାସହ କାଜାନରେ ଡ୍ରୋନ୍‌ ଆକ୍ରମଣ ପାଇଁ ବିମାନବନ୍ଦରରେ ଉଡାଣ ବନ୍ଦ ରହିଛି । ପାଲଟା ଆକ୍ରମଣ ପାଇଁ ସେପଟେ ପ୍ରସ୍ତୁତ ହେଉଛି ରୁଷ ।
ସୂଚନାନୁଯାୟୀ, ରୁଷରେ ହୋଇଛି ୯/୧୧ ପରି ଆକ୍ରମଣ। ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ଯେପରି ଆକ୍ରମଣ ହୋଇଥିଲା, ଠିକ ସେହିପରି ଆକ୍ରମଣ ହୋଇଛି ରୁଷ ଉପରେ। ଏହି ଆକ୍ରମଣ କରିଛି ୟୁକ୍ରେନ। ତଫାତ ଏହା ଯେ, ଡବ୍ଲ୍ୟୁଟିସିରେ ଆତଙ୍କବାଦୀ ବିମାନ ଦ୍ଵାରା ଆକ୍ରମଣ କରିଥିବାବେଳେ ଏଠାରେ ୟୁକ୍ରେନ ଡ୍ରୋନକୁ ବ୍ୟବହାର କରିଛି। ବିସ୍ଫୋରକ ଭର୍ତ୍ତି ଡ୍ରୋନ ସହାୟତାରେ ୟୁକ୍ରେନ ରୁଷର କାଜାନ ସହରରେ ଥିବା ଏକାଧିକ ବହୁତଳ ବିଶିଷ୍ଟ କୋଠାରେ ବିସ୍ଫୋରଣ ଘଟାଇଛି। ଯାହାର ଭୟଙ୍କର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଆକ୍ରମଣର ଭିଡିଓ ଘୂରି ବୁଲୁଛି।

  • Related Posts

    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading
    ଆଫଗାନିସ୍ତାନ ଭୂମିକମ୍ପ: ୮ମୃତ

    ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି) ରିପୋର୍ଟ କରିଛି ଯେ, ଦେଶର ବିଭିନ୍ନ ସ୍ଥାନରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୯୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ