୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ବଲାଙ୍ଗୀର: ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ‘ଏକ ପେଡ ମା’ କେ ନାମ’ କାର୍ୟ୍ୟକ୍ରମ ଚାଲିଥିବାବେଳେ ଜିଲାରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ପାଳନ କରୁ ନ ଥିବା ଦେଖାଦେଇଛି । ସ୍କୁଲ ମାନଙ୍କରେ ଗଛ ଲଗାଇବା ପାଇଁ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ କାର୍ୟ୍ୟକ୍ରମ ତଦାରଖ କରୁ ନଥିବାରୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଆଗଲପୁର ବିଇଓ ତଥା ଲୋଇସିଂହା ଅତିରିକ୍ତ ଦାୟିତ୍ୱ ଶ୍ୟାମ ମେହେର, ସଇଁନ୍ତଲା ବିଇଓ ତଥା ବଲାଙ୍ଗିର ଅତିରିକ୍ତ ଦାୟିତ୍ୱ ଦିଲୀପ ଯୋଶୀ, ଟିଟିଲାଗଡ଼ ବିଇଓ ଆର୍ତ୍ତତ୍ରାଣ ରଥ, ଦେଓଗାଁ ବିଇଓ ମମତା ମାହାଡ଼ିକଙ୍କ ଦରମା ବନ୍ଦ କରାଯାଇଛି। ସେହିପରି ଗୁଡ଼ଭେଲା ବିଇଓ ନମିତାରାଣୀ ଭୋଇ, ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ଶବର, ମୁରିବାହାଲ ବିଇଓ ଶାନ୍ତନୁ ପଢ଼ିହାରୀ, ତୁରେକେଲା ବିଇଓ ଗୌତମ ପଟେଲ, ବେଲପଡ଼ା ବିଇଓ ତଥା ଖପ୍ରାଖୋଲ ଅତିରିକ୍ତ ଦାୟିତ୍ୱରେ ଥିବା ଅଭିନବ ମିଶ୍ର, ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଓ ପୁଇଁନ୍ତଲା ବିଇଓ ରତ୍ନମୟ ପୁରୋହିତଙ୍କ ଦରମା ବନ୍ଦ ପାଇଁ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିକାରୀଙ୍କ ଜୁଲାଇ ମାସର ଦରମା ବନ୍ଦ କରାଯାଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ କିମ୍ବା କାର୍ୟ୍ୟକ୍ରମରେ ଶତ ପ୍ରତିଶତ ସଫଳତା ହାସଲ ପରେ ଦରମା ପ୍ରଦାନ କରାଯିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି।

  • Garvita Odia

    Related Posts

    ବାତିଲ ହେଲା ଏହିସବୁ ପରୀକ୍ଷା

    କଟକ: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍‌ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସ୍ପେକ୍ଟର (ARI), ଅମିନ ଏବଂ ICDS ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ କରିଛି।…

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ରେ ହେବ ବ୍ୟାଘ୍ର ପ୍ରକଳ୍ପ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପକ୍ଷରୁ ମିଳିଲା ଅନୁମତି। ବିଶେଷଜ୍ଞ କମିଟିର ସ୍ଥିତି ଅନୁଧ୍ୟାନ ପରେ ନିଷ୍ପତ୍ତି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ପିସିସିଏଫ୍ ପ୍ରେମ୍‌ କୁମାର ଝା ଏନେଇ ସୂଚନା…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍