ଶିଳ୍ପ ମନ୍ତ୍ରୀଙ୍କ ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନ

ଭୁବନେଶ୍ୱର : ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନରେ ଯାଇ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଓ ଉଦ୍ୟୋଗ ଗୁଡିକୁ ବୁଲି ଦେଖିବା ସହ ସ୍ଥାନୀୟ ଅଂଚଳର ବ୍ୟାପକ ଉନ୍ନତିକରଣ ଓ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଇନ୍ଦ୍ରାଣୀ ପାଟଣାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ପରିଚାଳିତ କମନ ଫାସିଲିଟି ସେଣ୍ଟର ତାସହ ସୁଶାନ୍ତ ମିନେରାଲ, ଗ୍ଲେଜ ପ୍ଲାଷ୍ଟିକ, ସ୍ୱସ୍ତିକ ଇଣ୍ଡଷ୍ଟ୍ରିଜ, ହିନ୍ଦୁସ୍ତାନ ଟେକ୍ନୋଲୋଜି, ଓଡିଶା ପ୍ଲାଷ୍ଟଓ, ପ୍ରଗତି କ୍ଷୀର, ପଶୁପତି ଆଗରୋଭେଟ ଭଳି ରାଜ୍ୟର ଅଗ୍ରଣୀ ଉଦ୍ୟୋଗ ଗୁଡିକୁ ବୁଲି ଦେଖିବା ସହ ସେମାନଙ୍କର ଉନ୍ନତିକରଣ ଓ ଆବଶ୍ୟକୀୟ ସରକାରୀ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହିତ ୱେଲସ୍ପୁନ ଲିମିଟେଡ଼ର ପ୍ରସ୍ତାବିତ ହସ୍ତତନ୍ତ ପ୍ରକଳ୍ପ ଏବଂ ଲଜିସ୍ଟିକ ପାର୍କ ବୁଲି ଦେଖିଥିଲେ ।

ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସ୍ଥାନୀୟ ସମସ୍ୟା, ଜମି ଆବଣ୍ଟନ ଓ ଜମିର ସମୁଚିତ ବ୍ୟବହାର ସମ୍ପର୍କରେ ଅବଗତ ହେବା ସହିତ ଆନ୍ତରିକତା ସହିତ ଉଦ୍ୟୋମିତା କରୁଥିବା ଅନୁଷ୍ଠାନ ଗୁଡିକୁ ରାଜ୍ୟ ସରକାର ସବୁମତେ ସାହାଯ୍ୟ କରିବାପାଇଁ ପ୍ରତିଶୃତିବଦ୍ଧ । ଓଡ଼ିଶାରେ ଯେତେ ଅଧିକ ଉଦ୍ୟୋଗ ସ୍ଥାପନ ହେବ ସେତେ ଅଧିକ ଯୁବକ ଯୁବତୀ ଆମର ନିଯୁକ୍ତି ପାଇବେ ବୋଲି ସେ ପ୍ରକାଶ କରିଛନ୍ତି ।

ଓଡିଶା ଶିଳ୍ପ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳର ଦୈନନ୍ଦିନ ସମସ୍ୟା, ଉନ୍ନତିକରଣ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଥିଲେ । ସେ ସମ୍ପର୍କରେ ସରକାର ସଚେତନ ଅଛନ୍ତି ଆଗାମୀଦିନରେ ସରକାରଙ୍କ କାର୍ୟ୍ୟାନ୍ୱୟନର ସୁଫଳ ଆପଣମାନେ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଏହି ଗସ୍ତ ସମୟରେ ଇଡ଼କୋ ମୁଖ୍ୟ ପରିଚାଳକ ଶ୍ରୀ ପ୍ରଶାନ୍ତ କୁମାର ରେଡ୍ଡୀ, ସିଜିଏମ ଶ୍ରୀ ସୁବାଷ ଚନ୍ଦ୍ର ନାଥଶର୍ମା, ସିଜିଏମ ଶ୍ରୀ ଅରବିନ୍ଦ ତ୍ରିପାଠୀ, ଜମି ଅଧିକାରୀ ଶ୍ରୀମତୀ ଅରୁନ୍ଧତୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ