୧୨୫ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଆ ଝିଅ ରଶ୍ମିତାଙ୍କ ସଫଳତା କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର, ତା.୩୧/୦୮: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୨୫ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୋଦିଜୀ କ୍ରୀଡ଼ା, ସୌରଶକ୍ତି, ସ୍ୱଦେଶୀ ଅଭିଯାନ, ଆତ୍ମନିର୍ଭର ଭାରତ, ସିଭଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଁ ଡିଜିଟାଲ ପ୍ଲାଟଫର୍ମ ପ୍ରତିଭା ସେତୁ, ଭାରତୀୟ ଇଞ୍ଜିନିୟରମାନଙ୍କ ଭୂମିକା ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଛନ୍ତି। ଓଡ଼ିଶାର ରଶ୍ମିତା ସାହୁଙ୍କ ସଫଳତା ବିଷୟରେ ମୋଦିଜୀ କହି ଯୁବପିଢ଼ୀଙ୍କ ମଧ୍ୟରେ ଜଳକ୍ରୀଡ଼ା ପାଇଁ ଉତ୍ସାହ ବଢ଼ାଇଛନ୍ତି। ଶ୍ରୀନଗର ଡାଲ ହ୍ରଦରେ ଅନୁଷ୍ଠିତ ଖେଲ ଇଣ୍ଡିଆ ଜଳକ୍ରୀଡ଼ା ୨୦୨୫ରେ ସି୨ଡବ୍ଲ୍ୟୁ ୫୦୦ଏମ୍‌ରେ ରଶ୍ମିତା ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି। ଏହି ପ୍ରତିଭାବାନ ନୌବାଳିକା ଆମ ସମସ୍ତଙ୍କ ପାଇଁ ଗୌରବ ଆଣିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭୁବନେଶ୍ୱର ବିଧାନସଭା ଅନ୍ତର୍ଗତ ନୟାପଲ୍ଲୀ ୱାର୍ଡ ନଂ.୩୯ସ୍ଥିତ ଶାସ୍ତ୍ରୀନଗର କମ୍ୟୁନିଟି ସେଂଟରରେ ଅନୁଷ୍ଠିତ “ମନ କି ବାତ” କାର୍ଯ୍ୟକ୍ରମରେ କହିଛନ୍ତି।
ଶ୍ରୀ ସାମଲ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ “ମନ କି ବାତ” କାର୍ଯ୍ୟକ୍ରମରେ ରଶ୍ମିତାଙ୍କ ସହ କଥା ହୋଇ ତାଙ୍କ ସଂଘର୍ଷ ଓ ସଫଳତା ଶୁଣିଥିଲେ। ଏହାଦ୍ୱାରା ଓଡ଼ିଶା ସମେତ ସାରା ଦେଶବାସୀ ରଶ୍ମିତାଙ୍କ ବିଷୟରେ ଅବଗତ ହୋଇପାରିଛନ୍ତି। ସେହିପରି ଫୁଟ୍‌ବଲ୍ ଖେଳକୁ ମଧ୍ୟ ଆଗକୁ ବଢ଼ାଇବା ପାଇଁ ମୋଦିଜୀ ପ୍ରୋତ୍ସାହିତ କରିଛନ୍ତି। ଏହି ଅବସରରେ ମୋଦିଜୀ ସ୍ୱଦେଶୀ ଓ ସଂସ୍କୃତି ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଭାରତକୁ ଆତ୍ମନିର୍ଭର କରିବା ପାଇଁ ସେ ଯେଉଁ ପ୍ରୟାସ ଚଳାଇଛନ୍ତି ସେଥିରେ ସମସ୍ତେ ଭାଗିଦାରୀ ହେବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ୩ ଜଣ ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର ବଂଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ୩୯ନଂ. କର୍ପୋରେଟର ଗୀତାଞ୍ଜଳି ସାହୁ, ୬୦ନଂ. ବୁଥ୍ ସଭାପତି ରଶ୍ମିତା ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଏହି “ମନ କି ବାତ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

  • Related Posts

    ୪.୪ ତୀବ୍ର ଭୂକମ୍ପ,ଥରିଲା କୋରାପୁଟ

    କୋରାପୁଟ,୦୫/୦୪/୨୦୨୬: କୋରାପୁଟ ଜିଲ୍ଲାରେ ଗତ ଶନିବାର ରାତି ୧୧.୩୧ ଘଣ୍ଟା ସମୟରେ ୪.୪ ତୀବ୍ରତାରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ କୋରାପୁଟ, ସୁନାବେଢ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଦାମନଜୋଡି, ଲମତାପୁଟ , ଜୟପୁର , ବୈପାରୀଗୁଡା…

    Continue reading
    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ