୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ। ମାଓ ସଙ୍ଗଠନ ଦିନକୁ ଦିନ ଦିଗହରା ହେଉଥିବା ବେଳେ ଅନେକ ମାଓବାଦୀ ସଙ୍ଗଠନରୁ ଓହରି ଆତ୍ମସମର୍ପଣ କରିବାର ଲାଗିଛନ୍ତି। ଏହାରି ମଧ୍ୟରେ ମାଓ ସଙ୍ଗଠନ ପକ୍ଷରୁ ଅନେକ ଚିଠି ଜାରି ହୋଇଥିବା ବେଳେ କିଛି ମାଓ ନେତା ମଧ୍ୟ ଚିଠି ଜାରି କରି ବର୍ତ୍ତମାନ ସମୟରେ ଅସ୍ତ୍ର ତ୍ୟାଗ କରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।ମାଓ ସଙ୍ଗଠନର ପିଏଲଜିଏ ମିଲିଟାରୀ କମ୍ପାନୀ ନମ୍ବର ଜଣେ ଡେପୁଟି କମାଣ୍ଡର, ପିଏଲଜିଏ ମିଲିଟାରୀ କମ୍ପାନୀ ନମ୍ବର ୧ର ଜଣେ ସଦସ୍ୟ, ନର୍ଥ ବ୍ୟୁରୋ ଟେକ୍ନିକାଲ୍ ଟିମ୍ ର ସଦସ୍ୟ, ଏସିଏମ୍, ପାର୍ଟି ସଦସ୍ୟ, କୁତୁଲ୍ ମାଓ କମିଟି ସଦସ୍ୟ, ଜନତାନା ସରକାର ଅନେକ ସଦସ୍ୟ ଏବଂ ମିଲିସିଆ ସଦସ୍ୟ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଶପଥ ନେଇ ସେମାନେ ହିଂସା ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ନକ୍ସଲଙ୍କ ନାଁରେ ମୋଟ ୭୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ