
ଭୁବନେଶ୍ୱର: ମୌସୁମୀ ବର୍ଷା ଯୋଗୁ ଆସନ୍ତା ୧ ଜୁଲାଇ ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ । ଏହା କେବଳ ଦିନବେଳା ପର୍ୟ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ଶିମିଳିପାଳ ବନ୍ଦ ରହିଛି । କେବଳ ରାତ୍ରୀରହଣୀ ପାଇଁ ପୂର୍ବରୁ ବୁକିଙ୍ଗ କରିଥିବା ପର୍ୟ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରି ପାରିବେ । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନୀ । ଏହା ଆଗାମୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବଳବତ୍ତର ରହିବ ।ପ୍ରତ୍ୟେକ ବର୍ଷ ମୌସୁମୀ ବର୍ଷା ଲାଗି ପର୍ୟ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଦିନ ବେଳା ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରୁହେ । ଚଳିତ ବର୍ଷ ମଧ୍ୟ ଏହି କଟକଣା ବଳବତ୍ତର ରହିବ। ତେଣୁ ଜୁଲାଇ ପହିଲାରୁ ଅନିର୍ଦ୍ଦିଷ୍ଟକାଳ ବନ୍ଦ ରହିବ । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ୟ୍ୟଟକ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ ।



