୨୦୨୯ ସୁଦ୍ଧା ରାଜ୍ୟରେ ଉତ୍ପାଦନ ହେବ ଦୈନିକ ୫ କୋଟି ଅଣ୍ଡା :ପୃଥ୍ଵୀରାଜ

ଭୁବନେଶ୍ୱର: ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫”ର ଦ୍ଵିତୀୟ ଦିନ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇ ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କୁ ଦିଗଦର୍ଶନ ଦେଇଛନ୍ତି । ମତ୍ସ୍ୟ ଚାଷ ଓ ବିଭିନ୍ନ ପ୍ରକାର ପ୍ରାଣିପାଳନ ଦ୍ଵାରା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ଘଟାଇ ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ସାକାର କରିବା ପାଇଁ ସେ ନିଜ ଅଭିଭାଷଣରେ ଉପସ୍ଥିତ ଚାଷୀଙ୍କୁ ଅଭିପ୍ରେରିତ କରିଥିଲେ । କହିଥିଲେ ଏବେ ଦୈନିକ ପ୍ରାୟ ୧.୧୦ କୋଟି ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୨୦୨୯ ସୁଦ୍ଧା ଆମ ସରକାର ୫ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ।
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ଅଭିଭାଷଣରେ ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଭରି ଦେଇଥିଲେ । କହିଥିଲେ, ଚାଷୀଙ୍କ ଆର୍ଥିକ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ବିଭିନ୍ନ ସରକାରୀ ଯୋଜନା ଉପରେ ସେ ଆଲୋକପାତ କରି ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଏହି କ୍ଷେତ୍ରରେ ପର୍ୟ୍ୟାପ୍ତ ସମ୍ଭାବନା ଥିବା ବେଳେ ଆଗାମୀ ଦିନରେ ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବା ସହ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ ।
ସମାବେଶରେ ସମ୍ମାନନୀୟ ଅତିଥିଭାବେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ ଯୋଗ ଦେଇ କହିଥିଲେ, ମତ୍ସ୍ୟଚାଷ ଓ ପ୍ରାଣିପାଳନ କ୍ଷେତ୍ରରେ ଆମ ରାଜ୍ୟରେ ଅପାର ସମ୍ଭାବନା ରହିଛି । ଅଧିକରୁ ଅଧିକ ଲୋକ ଏହି କ୍ଷେତ୍ରରେ ସାମିଲ ହେବା ପାଇଁ ସେ ସମସ୍ତଙ୍କୁ ପ୍ରେରିତ କରିଥିଲେ ।
ମତ୍ସ୍ୟ- ପ୍ରାଣୀ ସମାବେଶ, ଓଡ଼ିଶା-୨୦୨୫ର ଦ୍ୱିତୀୟ ଦିନ ସମାରୋହରେ ବିଭିନ୍ନ ଶ୍ରେଣୀର ସର୍ବୋତ୍ତମ ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଗୁଳ ଜିଲ୍ଲାର ପୋଡାଗଡା ଗ୍ରାମର ଶ୍ରୀ କୁଳମଣି ବେହେରା ଜୈବକୁଜ ପ୍ରକଳ୍ପରେ ସର୍ବୋତ୍ତମ କୃଷକ ପୁରସ୍କାର ଜିତିଥିବା ବେଳେ ମତ୍ସ୍ୟ ଚାଷୀ ଯୋଜନାରେ ନବରଙ୍ଗପୁର ରେଙ୍ଗାବତିର ଶ୍ରୀ ନନ୍ଦଲାଲ ରାୟ, ପ୍ରାଣୀ ପାଳନ କ୍ଷେତ୍ରରେ ରାୟଗଡ଼ା ପୋଡଗଡା ଗ୍ରାମର ଧାନେଶ୍ୱରି ନାୟକ, ସର୍ବଶ୍ରେଷ୍ଠ ଘାସ ଚାଷୀ ବର୍ଗରେ ମୟୂରଭଞ୍ଜ ଜିଲ୍ଲାର ହିରାଲାଲ ମହନ୍ତ, ଦୁଗ୍ଧ ଚାଷୀ ଭାବେ ରାୟଗଡ଼ାର ଜାମି କ୍ରିଷ୍ଣା କୁମାରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୌଦାମିନୀ ମିଶ୍ର, ଛେଳି ଚାଷୀ ଭାବେ ବାଲେଶ୍ଵର ଜିଲ୍ଲା ବଡ଼ପୋଖରି ଗ୍ରାମର ଶ୍ରୀମତୀ ସରୋଜିନୀ ବେହେରା ପୁରସ୍କୃତ ହୋଇଥିଲେ ।
ବୈଷୟିକ ସହଯୋଗିତା-ଆଧାରରେ ଓଡିଶା ଉପକୂଳରେ ଗଭୀର ସାମୁଦ୍ରିକ ମତ୍ସ୍ୟ ଜାହାଜର ରୂପରେଖ, ବୈଶିଷ୍ଟ୍ୟ ତଥା ଅଟକଳ ପ୍ରସ୍ତୁତି ନିମନ୍ତେ କେନ୍ଦ୍ରୀୟ କୃଷି ଗବେଷଣା ପ୍ରତିଷ୍ଠାନ, କୋଚିସ୍ଥିତ କେନ୍ଦ୍ରୀୟ ମତ୍ସ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ତଥା ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ