୨୪୮ରେ ୱେଷ୍ଟ ଇଣ୍ଡିଜ୍ ଅଲ୍‌ଆଉଟ୍‌; ଫଲୋଅନ ଦେଲା ଭାରତ

ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟ ଇଣ୍ଡିଜ୍ ବିରୋଧରେ ଭାରତର ଦବଦବା ଆଜି ତୃତୀୟ ଦିନରେ ବି ଦେଖିବାକୁ ମିଳିଛି। ସ୍ଥିତି ଏମିତି ହୋଇଛି ଯେ ଅହମଦାବାଦରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଅଢ଼େଇ ଦିନରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟ ୩ ଦିନରେ ଶେଷ ହୋଇଯାଇପାରେ ବୋଲି ସମୀକ୍ଷକମାନେ କହୁଛନ୍ତି।ଶନିବାର ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ୧୪୦ ରନ୍ କରି ୪ ୱିକେଟ୍ ହରାଇଥିବା ଇଣ୍ଡିଜ ଟିମ୍ ଆଜି ୨୪୮ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୭୦ ରନ୍‌ର ଅଗ୍ରଣୀ ଲାଭ କରିଛି। ଏହା ସହିତ ଭାରତ ଫଲୋଅନ ଦେଇଛି। ଫଳରେ ଇଣ୍ଡିଜ୍‌ ଟିମ୍ ପୁଣି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ଯଥା କ୍ରମେ ୩୪ ଓ ୧୪ ରନ୍ କରି ନଟ୍‌ଆଉଟ୍ ଥିବା ସାଇ ହୋପ ଓ ତେଭିନ ଇମଲାଚ ଆଜି ବିଶେଷ କିଛି ଯୋଗଦାନ କରିପାରି ନଥିଲେ।୩୬ ରନ୍ କରିଥିବା ବେଳେ କୁଲଦୀପ ଯାଦବଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ ସାଇ ହୋପ। ସେ ଆଉଟ୍ ହେବାର ୨ ଓଭର ପରେ ଆଉଟ ହୋଇଥିଲେ ତେଭିନ ଇମଲାଚ। ସେ ତାଙ୍କ ଖାତାରେ ଆଉ ୭ ରନ୍ ଯୋଡ଼ି ଅର୍ଥାତ୍ ୨୧ ରନ୍ କରିଥିବା ବେଳେ କୁଲଦୀପ ଯାଦବଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଏହା ପରେ ଆସିଥିବା ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର କରିବାକୁ ସଫଳ ହୋଇ ନଥିଲେ। ଜଷ୍ଟିନ୍ ଗ୍ରେବ୍‌ସ ୧୭ ରନ୍ କରି କୁଲଦୀପ ଯାଦବଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିବା ବେଳେ ଖ୍ୟାରୀ ପିୟରେ ୪୬ଟି ବଲ୍‌ରୁ ୨୩ ରନ୍ କରିଥିବା ବେଳେ ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ଜୋମେଲ ୱାରିକନ ମାତ୍ର ୫ଟି ବଲ୍‌ର ସମ୍ମୁଖୀନ ହୋଇ ୧ ରନ୍ କରି ମହମ୍ମଦ ସିରାଜଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ଏଣ୍ଡରସନ୍ ଫିଲିପ ଦଳ ତରଫରୁ ସବୁଠୁ ଅଧିକ ବଲର ସମ୍ମୁଖୀନ ହୋଇଥିଲେ। ସେ ୯୩ଟି ବଲ୍‌ରୁ ୨୪ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ଜାୟଡେନ ସୀଲ୍ସ ୨୫ଟି ବଲ୍‌ରୁ ୧୩ ରନ୍ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩ ଓ ଯଶପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିସଂରେ ୫ ୱିକେଟ୍ ହରାଇ ୫୧୮ ରନ୍ କରି ପାଳି ଘୋଷଣା କରିଥିଲା।

  • Related Posts

    ‘ଇଣ୍ଡିଆ ସ୍କିଲ୍ସ’ ଜାତୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ , ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ ଜିତିଲା

    ଭୁବନେଶ୍ଵର : ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର…

    Continue reading
    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ