
ଭୁବନେଶ୍ବର : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତିଙ୍କୁ ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି। ନାରୀ ନିର୍ୟାତନା ଓ ତାରାଙ୍କୁ ନିଲମ୍ବନ ପ୍ରସଙ୍ଗକୁ ନେଇ ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ। କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ଏ ନେଇ ସୂଚନା ଦେଇଛନ୍ତି।
ଗୃହରେ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କୁ ମାଡ ମରାଯିବା, ଏହା ବିଧାନସଭାର ମର୍ୟ୍ୟାଦାକୁ କ୍ଷୂର୍ଣ୍ଣ କରିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତିଙ୍କୁ ଏ ନେଇ ଚିଠି ଲେଖିଥିଲେ। ଏହା ପରେ ବି କେବଳ ତାରାଙ୍କ ଉପରେ କାର୍ୟ୍ୟନୁଷ୍ଠାନ ହୋଇଛି । ଏହାର ପ୍ରତିବାଦ କରି କଂଗ୍ରେସ ମାର୍ଚ୍ଚ ୨୭ରେ ବିଧାନସଭା ଘେରାଉ କରିବ । ଗୃହରେ ବିଧାୟକ ତାରାଙ୍କୁ ଅସମ୍ମାନ କରାଯାଇଥିବାରୁ କଂଗ୍ରେସ ପକ୍ଷରୁ ଆୟୋଜିତ ବୈଠକ ରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି।