୨୭ ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋମବାର ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଶିଳ୍ପ ପ୍ରତିଷ୍ଠା ବାବଦରେ ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଯାହା ଦ୍ୱାରା ରାଜ୍ୟରେ ପାଖାପାଖି ୫୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସୋମବାର ସକାଳ ୧୦ଟାରେ ଓୟୁଏଟି କୃଷି ଶିକ୍ଷା ସଦନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨୭ ନୂଆ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରତିଷ୍ଠା ହେବ । ଝାରସୁଗୁଡା, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ସୁନ୍ଦରଗଡ, ଭଦ୍ରକ, ପୁରୀ, କଟକ ଏବଂ ସମ୍ୱଲପୁର ଜିଲ୍ଲାରେ ସ୍ଥାପନ ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି ।ଉଲ୍ଲେଖଯୋଗ୍ୟ, ବିଜେପି ସରକାର ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ଦେଶ- ବିଦେଶର ଶିଳ୍ପଗୁଡ଼ିକୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଅନୁଷ୍ଠିତ “ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ’ ସମୟରେ ରାଜ୍ୟକୁ ମୋଟ୍ ୧୬.୭୩ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୯୩ଟି ନିବେଶ ନେଇ ପ୍ରତିଶ୍ରୁତି ମିଳିଥିଲା । ରାଜ୍ୟ ସରକାର ସମ୍ମିଳନୀ ବେଳେ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ ସହିତ ୧୨.୮୯ ଲକ୍ଷ କୋଟି ଟଙ୍କାର ୧୪୫ଟି ପୁଞ୍ଜି ନିବେଶ ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏହି ବୁଝାମଣାପତ୍ରଗୁଡ଼ିକ​​​​​​​ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ, ବୟନଶିଳ୍ପ, ଖଣି, ନବୀକରଣଯୋଗ୍ୟ ଶକ୍ତି, ଆଇଟି, ପର୍ୟ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଥିଲା । ଆଗାମୀ ଦିନରେ ୩୦ଟି ଜିଲ୍ଲାରେ ଏହି ସମସ୍ତ ପ୍ରକଳ୍ପଗୁଡ଼ିକ କାର୍ୟ୍ୟକ୍ଷମ ହେଲେ ରାଜ୍ୟରେ ୧୨.୮୮ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଶିଳ୍ପ ବିଭାଗ ଆଶା ପ୍ରକାଶ କରିଛି ।ଅନ୍ୟପଟେ ଏହି ଉତ୍ସବରେ ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡର ଫାର୍ମା ଶିଳ୍ପର ଶୁଭାରମ୍ଭ ହୋଇଛି । ଗୋଠପାଟଣାରେ ୨୦୦ କୋଟି ଟଙ୍କା ନିବେଶରେ ଏହି ଶିଳ୍ପରେ ପ୍ରାୟ ୧୨୮୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ଏହା ବ୍ୟତୀତ ଏସ୍‌ଇଏଫ୍‌ ଲିମିଟେକ୍ଟ, ଏପସିଲନ୍‌ କାର୍ବନ ଅଶୋକା ପ୍ରାଇଭେଟ୍‌ ଲିମିଟେଡ଼, ଗ୍ରୀନପ୍ଲାଏ ଗ୍ରୁପ୍‌, ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ମେଟାଲିକ୍ସ ଲିମିଟେଡ଼, ସୋଭା ସୋଲାର ଲିମିଟେଡ୍ ପ୍ରମୁଖ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥାପନ ହୋଇଛି । ନୂଆ ସରକାର ଆସିବା ପରେ ରାଜ୍ୟରେ ୫୮ଟି ପ୍ରକଳ୍ପ ମାଧ୍ୟମରେ ୧ ଲକ୍ଷ ୧୧ ହଜାର ୮୯୯ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହୋଇପାରିଛି ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ