ରାଜନଗର : ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ। ଚଳିତ ମାସ ୩୦ରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ୟ୍ୟନ୍ତ ଚାଲିବ। ଜାତୀୟ ଉଦ୍ୟାନରେ ଥିବା ମଠଆଡିଆ ଓ ଜାତୀୟ ଉଦ୍ୟାନ ବାହାରେ ବ୍ରାହ୍ମଣୀ ନଦୀସ୍ଥିତ ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ। କନିକା ରେଞ୍ଜରେ ମଠଆଡିଆ ଲକ୍ଷ୍ମୀ ପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦଠିଆରେ ଗଣନା କରାଯିବ। ତିନୋଟି ଦଳ ଏହି ଗଣନାରେ ସାମିଲ ହେବେ। ପ୍ରତି ଦଳରେ ୭ ଜଣଙ୍କୁ ସାମିଲ କରାଯିବ। ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର। ପକ୍ଷୀ ଗଣନା ସମୟରେ ଭିତରକନିକାକୁ ପର୍ୟ୍ୟଟକଙ୍କୁ ବାରଣ କରାଯାଇଛି। ପକ୍ଷୀ ବିହାର ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନକୁ ୨୦୦୨ରେ ରାମହରି ସାଇଟର ମାନ୍ୟତା ମିଳିଛି। ବର୍ଷା ଋତୁ ଆରମ୍ଭରେ ଦେଶୀୟ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ଦେଶର କୋଣ ଅନୁକୋଣରୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥାନ୍ତି।
ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା
ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ବସିଥିଲା ଗୋଲ ଟେବୁଲ ବୈଠକ । ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଳ ମାନବ ଡ.…