୩୦ରେ ହେବ ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ଵର: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହୋଇଛି। ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି । ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଗଲା । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅବଗତ କରିଛନ୍ତି । ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଏହାଦ୍ବାରା ସମାଧାନର ବାଟ ଫିଟିବା ନେଇ ଆଶା ବଢିଛି । ଉଭୟ ରାଜ୍ୟ ମଧ୍ୟରେ ମହାନଦୀକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି । ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ କରିବା ସହ ତଳମୁଣ୍ଡରେ ବାଲି ବନ୍ଧ ବାନ୍ଧି ମହାନଦୀର ଜଳ ଅଟକାଉଛି। ଯାହାଫଳରେ ମହାନଦୀରେ ଜଳଧାରା ଓଡ଼ିଶା ମୁହାଁ ହୋଇପାରୁନାହିଁ । ଅଣମୌସୁମୀ ଋତୁରେ ମହାନଦୀ ଏକପ୍ରକାର ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ଏସବୁ ଭିତରେ ଟ୍ରିବ୍ୟୁନାଲ ରାୟ ଉପରେ ମହାନଦୀର ଭାଗ୍ୟ ନିର୍ଭର କରୁଛି । ହେଲେ ବାରମ୍ବାର ଟ୍ରିବ୍ୟୁନାଲରେ ଶୁଣାଣି ହେଉଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସ ବାହାରିନାହିଁ । ସବୁଠୁ ବଡ଼ କଥା ହେଲା ଆପୋଷ ଆଲୋଚନା ଜରିଆରେ ମହାନଦୀ ବିବାଦର ସମାଧାନ ହେବ ବୋଲି ଆଶାବାନ୍ଧି ବସିଛି ଓଡ଼ିଶା । ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ହେଲେ ଉଚ୍ଚସ୍ତରୀୟ କମିଟି ଏଯାଏଁ ଗ୍ରାଉଣ୍ଡକୁ ଯାଇନାହିଁ ।

  • Related Posts

    ମାଟ୍ରିକ୍ ପରୀକ୍ଷାରେ ରାଜ୍ୟର ମୋଟ୍ ପାସ୍ ହାର ୯୫.୩୩ %

    ଭୁବନେଶ୍ବର, ୨ ମଇ ୨୦୨୬:ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୩୬ ହଜାର ୩୦୬ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପାସ୍ ହୋଇଛନ୍ତି । ଚଳିତଥର ପାସ୍‌ହାର ୯୫.୩୩…

    Continue reading
    ମିଳିଲା ନିଖୋଜ ନାବାଳକର ମୃତଦେହ

    ରାଇରଙ୍ଗପୁର: ନିଖୋଜ ନାବାଳକର ମୃତଦେହକୁ ପୁଲିସ ଉଦ୍ଧାର କରିଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର କଲ୍ୟାଣ ମଣ୍ଡପରେ ବିବାହ ଉତ୍ସବରେ ଯୋଗ ଦେବାକୁ ବିହାରରୁ ଆସିଥିବା ନାବାଳକର ହେଉଛି ବିହାର ସନ୍ଦେଶ ଥାନା ଅନ୍ତର୍ଗତ ଆରଭୋଜପୁର ଅଞ୍ଚଳ କିଶୋର ସାୱଙ୍କ ପୁଅ ରିବେଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା