୩୧ରେ ୯ଟି ନୂଆ ଏନ୍‌ଏସି ଘୋଷଣା ହେବ

ଭୁବନେଶ୍ୱର: ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବଡ଼ ଘୋଷଣା କରିବେ ରାଜ୍ୟ ସରକାର । ଆସନ୍ତା ୩୧ରେ ୯ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର । ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୨୧ଟି ଏନ୍‌ଏସି ଗଠନ ନେଇ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଥମେ ୧୨ଟି ଏନ୍‌ଏସି ନେଇ ବିଜ୍ଞପ୍ତି ଜାରି ହୋଇସାରିଛି । ବାକି ଥିବା ୯ଟି ଏନ୍‌ଏସି ଘୋଷଣା ନେଇ ସବୁ ପ୍ରସ୍ତୁତି ସରିଛି । ସ୍ୱାୟତ୍ତ ଶାସନ ଦିବସରେ ଏ ନେଇ ଘୋଷଣା ହେବ ।

ମନ୍ତ୍ରୀ ଡା. ମହାପାତ୍ର କହିଛନ୍ତି, ସହରୀକରଣ ଅଭିବୃଦ୍ଧିରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ପଛୁଆ ରହିଛି । ନୂଆ ସରକାର ଆସିବା ପରେ ସହରୀକରଣକୁ ଗୁରୁତ୍ୱ ଦିଆଯାଉଛି । ଲୋକେ ସହରରେ ବସବାସ କରିବା ସହ ସହରୀ ସୁବିଧା ଚାହାନ୍ତି । ହେଲେ ନୂଆ ଏନ୍‌ଏସି ଘୋଷଣା ପାଇଁ ଅନେକ ପ୍ରକ୍ରିୟା ସରିଛି । ବିଭିନ୍ନ ସର୍ତ୍ତାବଳୀ ପୂରଣ କରିବା ସହ ଜିଲ୍ଲାପାଳଙ୍କ ରିପୋର୍ଟ, ନଗର ଉନ୍ନୟନ ବିଭାଗର ତର୍ଜମା, ପଞ୍ଚାୟତିରାଜ ବିଭାଗର କ୍ଲିୟରାନ୍ସ ଆଦି ପ୍ରକ୍ରିୟା ଦେଇ ଯିବାକୁ ହେବ । ଲୋକଙ୍କ ମତାମତ ଓ ଆପତ୍ତି ଅଭିଯୋଗକୁ ବି ଗୁରୁତ୍ୱ ଦିଆଯାଉଛି। ସବୁ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରିବା ସହ ପ୍ରକ୍ରିୟା ପୂରଣ କରୁଥିଲେ ନୂଆ ଏନ୍‌ଏସି ମାନ୍ୟତା ମିଳିବ । ସେହିପରି ଯେଉଁ ଏନ୍‌ଏସି ମ୍ୟୁନିସିପାଲିଟି ହେବାକୁ ଯୋଗ୍ୟ ହେଉଥିବେ, ସେ ଦିଗରେ ବି ପଦକ୍ଷେପ ବିଚାର କରାଯାଉଛି।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ