୩୩ ପ୍ରତିଶତ ସଂରକ୍ଷଣ ନୁହେଁ ବରଂ ବିକଶିତ ଭାରତର ଆଧାରଶୀଳ : ପ୍ରଭାତୀ ପରିଡା

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ୧୬ ରୁ ୧୮ ତାରିଖ ଦେଶର ୨୫ ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମୃତ ବେଳା ହେବାକୁ ଯାଉଛି ବୋଲି ଗଣମାଧ୍ୟମକୁ ସମ୍ବୋଧନ କରି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି । ସଂସଦରେ ତ୍ରିଦିବସୀୟ ମାତୃଶକ୍ତି ବନ୍ଦନ ଅଧିନିୟମ ଉପରେ ବିଷଦ ଚର୍ଚ୍ଚା କେବଳ ଦେଶର ନାରୀଶକ୍ତିକୁ ୨୦୨୯ ମସିହାରେ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ଦେବନାହିଁ ବରଂ ୨୦୪୭ ମସିହାରେ ବିକଶିତ ଭାରତର ସ୍ୱପ୍ନକୁ ସଫଳ ରୂପାୟନ କରିବାର ଆଧାରଶୀଳା ହେବ । ଏହା ମହିଳାଙ୍କ ନେତୃତ୍ୱରେ ଅର୍ଥନୈତିକ ବିକାଶର ରାସ୍ତା ଖୋଲିବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡା ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

“ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ନେତୃତ୍ୱ” – ୭ ‘ ସ ‘ ହେଉଛି ନାରୀ ଅଧିକାର ପାଇଁ ମୂଳ ଆଧାର । ମହିଳାଙ୍କୁ ସ୍ଥାନ ସଂରକ୍ଷଣ ନୁହେଁ ବରଂ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ଦୀର୍ଘଦିନର ବହୁ ପ୍ରତିକ୍ଷିତ ଶୁଭ ମୁହୁର୍ତର ଅୟମାରମ୍ଭ ସହ ଏପ୍ରିଲ ୧୬ରୁ ୧୮ ଭିତରେ ମୋଦୀଜିଙ୍କ ନେତୃତ୍ୱରେ ଦୃଢ଼ ନିର୍ଣ୍ଣୟ ନେବାର ଶକ୍ତିକୁ ସାର ବିଶ୍ୱ ଦେଖିବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା ପ୍ରକାଶ କରିଛନ୍ତି ।
୨୦୨୩ ମସିହାରେ ୧୨୮ତମ ସମ୍ବିଧାନ ସଂଶୋଧନ ଭାରତ ଇତିହାସର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ଆମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ କେବଳ ମହିଳା ପ୍ରତିନିଧି ବୃଦ୍ଧିରେ ସୀମିତ ନୁହେଁ ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଏବଂପ୍ରଭାବଶାଳୀ କରିବା ଦିଗରେ ଏକ ଦୃଢ଼ ପ୍ରୟାସ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
୩୩ ପ୍ରତିଶତ ମହିଳା ସଂରକ୍ଷଣର କ୍ରିୟାନ୍ୱୟନ ନିର୍ଣ୍ଣୟ ପ୍ରକ୍ରିୟାରୁ ଦୂରରେ ଥିବା ଜନସଂଖ୍ୟାର ୫୦ ପ୍ରତିଶତ ମହିଳାଙ୍କୁ ନୀତି ରହିତାଧିକାରୀରୁ ନୀତିର ନିର୍ମାତା ହେବାର ପଥ ପ୍ରଶସ୍ତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ମୋଦୀଜୀଙ୍କ ସଫଳ ନେତୃତ୍ୱରେ ୨୦୨୩ ମସିହାରେ ସମ୍ବିଧାନର ୧୨୮ତମ ସଂଶୋଧନରେ ମାତୃଶକ୍ତି ବନ୍ଦନା ହେଉ ଅଥବା ୨୦୨୬ ଏପ୍ରିଲ ୧୬ ରୁ ୧୮ ସଂସଦର ପ୍ରସ୍ତାବିତ ବିଶେଷ ଅଧିବେଶନତତ୍କାଳିକ ନିଷ୍ପତି ନୁହେଁ । ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀତ୍ୱ ସମ୍ଭାଳିବା ଦିନରୁ ହିଁ ମହିଳାଙ୍କ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବାର ବଡ଼ ଉଦ୍ୟମ ମୋଦିଜୀ କରିଛନ୍ତି । ମୋଦୀଜୀଙ୍କ ରାଷ୍ଟ୍ର କୋଣାର୍କର ମୁଣ୍ଡି ମାରିବାର ଦିନ କେବଳ ଏପ୍ରିଲ ୧୬ ରୁ୧୮ ।
ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ସ୍ୱଚ୍ଛଭାରତ ମାଧ୍ୟମରେ ଘରେଘରେ ଶୌଚାଳୟ ମାଧ୍ୟମରେ ମହିଳା ସମ୍ମାନର ଯେଉଁ ମୂଳଦୁଆ ପକାଇଥିଲେ ତାହା ଆଜିର ଦିନରେ ମାତୃଶକ୍ତି ବନ୍ଦନ ଅଧିନିୟନରେ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ମାଧ୍ୟମରେ ମୁଣ୍ଡିମରା ହେବ ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ମହିଳାଙ୍କ ମାଲିକାନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନରେ ଘରେ ଘରେ ପାଇପ ଯୋଗେ ପାନୀୟଜଳ, ଜନଧନ ଯୋଜନାରେ ବ୍ୟାଙ୍କଖାତା, ସ୍ୱୟଂସହାୟକ ଗୋଷ୍ଠୀରୁ ଲକ୍ଷପତି ଦିଦି, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ମହିଳା ସ୍ୱାଭିମାନ ଓ ସଶକ୍ତିକରଣର ସୁଦୃଢ ମୂଳଦୁଆ ଉପରେ ମାତୃ ଶକ୍ତିବନ୍ଦନ ଅଧିନୟମର ୩୩ ପ୍ରତିଶତ ମହିଳା ସ୍ଥାନ ସଂରକ୍ଷଣର ସୁଦୃଶ୍ୟ ଅଟାଳିକା ଠିଆହେବାକୁ ଯାଉଛି । ଏହି କ୍ରମରେ ମୋଦୀଙ୍କ ମାର୍ଗଦର୍ଶନରେ ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣର ପଥପ୍ରଦର୍ଶକ ହୋଇଛି ।
ମହିଳା ମୋଦୀଜିଙ୍କ ଶାସନର ପ୍ରାଣକେନ୍ଦ୍ର । ଗର୍ଭବତୀ ମହିଳାଙ୍କ ପାଇଁ ମାତୃ ବନ୍ଦନା ହେଉ ବା ପିଏମ ପୋଷଣ, ସୁରକ୍ଷିତ ମାତୃତ୍ୱ ଅଭିଯାନ, ସକ୍ଷମ ଅଙ୍ଗନବାଡ଼ି, ମିଶନ ଇନ୍ଦ୍ରଧନୁଷ, ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଆଦି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ନାରୀଶକ୍ତି ପାଇଁ ଅଖଣ୍ଡ ନିଷ୍ଠାର ପରିଚାୟକ ।
ସଂସଦରେ ଚଳିତମାସ ୧୬ ରୁ ୧୮ ଐତିହାସିକ ଆଲୋଚନା ଏବଂ ଏହାର ପୂର୍ବଦିନଗୁଡ଼ିକରେ ଓଡ଼ିଶାର ମାତୃଶକ୍ତି ଏହି ଐତିହାସିକ ଦିନଗୁଡ଼ିକ ଉତ୍ସବ ରୂପରେ ପାଳନ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ଘରେ ବସି ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ ମାଧ୍ୟମରେ ଏହି ଅଧିନିୟମକୁ ସମର୍ଥନ ରାଲି, ଶୋଭାଯାତ୍ରା ଓ ସଭା ମାଧ୍ୟମରେ ନାରୀଶକ୍ତିର ବିଜୟର ଏହି ମହାନ ଦିନଗୁଡ଼ିକୁ ଆହୁରି ସ୍ମରଣୀୟ କରିବାକୁ ଆହ୍ୱାନ ଜଣାଇଛନ୍ତି ।ରାଜ୍ୟର ମାତୃଶକ୍ତି ସମାଜିକ ଗଣମାଧ୍ୟମରେ ନିଜ ସମର୍ଥନ ଜାହିର କରି ନିଜେ ମହିଳା ହେବାର ଗର୍ବକୁ ଆହୁରି ସଗର୍ବେ ପରିପ୍ରକାଶ କରିବାକୁ ଆହ୍ୱାନ ଜଣାଇଛନ୍ତି ।
ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ଶ୍ରୀମତୀ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ ହେବ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ନବୀନ

    ଭୁବନେଶ୍ୱର: ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ “ପ୍ରବାଦ ପୁରୁଷ ଦିବସ” ଭାବେ ପାଳିତ ହୋଇଯାଇଛି । ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ…

    Continue reading
    ନବୀନଙ୍କ ‘ବିଶ୍ୱାସଘାତକ’ ଟାର୍ଗେଟ

    ଭୁବନେଶ୍ୱର: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ‘ବିଶ୍ୱାସଘାତକ’ ଶବ୍ଦ । ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ନବୀନ ପଟ୍ଟନାୟକ ‘ବିଶ୍ୱାସଘାତକ’ କହି ପରୋକ୍ଷରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜନୀତିରେ କିଛି ଲୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ