୪ର୍ଥ ଟେଷ୍ଟ: ଭାରତ ୨ୟ ପାଳିରେ ୧୭୪/୨

ନୂଆଦିଲ୍ଲୀ: ମଞ୍ଚେଷ୍ଟରରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଛି। କେ.ଏଲ. ରାହୁଲ ୮୭ ଏବଂ ଅଧିନାୟକ ଶୁବମନ ଗିଲ୍‌ ୭୮ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ପାଳିରେ ଘରୋଇ ଦଳ ଇଂଲଣ୍ଡ ୩୧୧ ରନରେ ଆଗୁଆ ଥିବାବେଳେ ଭାରତ ୪ର୍ଥ ଦିନ ସୁଦ୍ଧା ୧୩୭ରେ ପଛୁଆ ରହିଛି। ଟିମ ଇଣ୍ଡିଆ ହାତରୁ ଏହି ମ୍ୟାଚ ଏକପ୍ରକାର ଖସିଯାଇଥିବାବେଳେ ଏହାକୁ ଅମିମାଂଶୀତ ରଖିବାକୁ ହେଲେ ୫ମ ଦିବସ ସମ୍ପୂର୍ଣ୍ଣ ଖେଳିବାକୁ ହେବ, ନଚେତ ୩୦୦ରୁ ଅଧିକ ରନର ଟାର୍ଗେଟ ଦେବାକୁ ପଡ଼ିବ।

ଭାରତ ପ୍ରଥମେ ବ୍ୟାଟିଂ କରି ୩୫୮ ରନ ସଂଗ୍ରହ କରିଥିଲା। ଜବାବରେ ଜୋ ରୁଟଙ୍କ ୧୫୦ ଏବଂ ବେନ ଷ୍ଟୋକ୍ସଙ୍କ ୧୪୧ ରନ ବଳରେ ଘରୋଇ ଦଳ ୬୬୯ ରନର ବିଶାଳ ସ୍କୋର କରିଥିଲା। ପ୍ରଥମ ପାଳିରେ ୩୧୧ ରନରେ ପଛୁଆ ଥିବା ଭାରତ ୨ୟ ପାଳି ଆରମ୍ଭ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ବିନା କୌଣସି ଖାତା ଖୋଲି ଭାରତ ୨ଟି ଉଇକେଟ ହରାଇଥିଲା। ଯଶସ୍ଵୀ ଜୟସଓ୍ବାଲ ଏବଂ ସାଇ ସୁଦର୍ଶନ ବିନା କୌଣସି ରନ କରି ଆଉଟ୍‌ ​‌ହୋଇଯାଇଥିଲେ। ଏହା ପରେ ରାହୁଲ ଏବଂ ଗିଲ୍‌ ପାଳି ସମ୍ଭାଳିଥିଲେ। ଉଭୟେ ସତର୍କତାର ସହିତ ଖେଳି ୧୭୪ ରନର ଭାଗିଦାରି କରିଛନ୍ତି। ଶେଷ ଦିନରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ବିଶେ​‌ଷ କିଛି ନିର୍ଭର କରୁଛି।

୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ସିରିଜ ଡ୍ର’ କରିବା ଲାଗି ଭାରତକୁ ଏହି ମ୍ୟାଚ ଜିତିବା ଜରୁରୀ ଥିଲା। କିନ୍ତୁ ଇଂଲଣ୍ଡର ଦମଦାର ପ୍ରଦର୍ଶନ ଯୋଗୁ ଭାରତ ହାତରୁ ସେହି ସୁଯୋଗ ଚ୍ଛିନ୍ନ ହୋଇଛି। ଏହି ମ୍ୟାଚ ଡ୍ର’ ହେଲେ ବି ଇଂଲଣ୍ଡ ସିରିଜ ବିଜୟୀ ହେବା ନିଶ୍ଚିତ।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ