
ନୂଆଦିଲ୍ଲୀ: ମଞ୍ଚେଷ୍ଟରରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଛି। କେ.ଏଲ. ରାହୁଲ ୮୭ ଏବଂ ଅଧିନାୟକ ଶୁବମନ ଗିଲ୍ ୭୮ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ପାଳିରେ ଘରୋଇ ଦଳ ଇଂଲଣ୍ଡ ୩୧୧ ରନରେ ଆଗୁଆ ଥିବାବେଳେ ଭାରତ ୪ର୍ଥ ଦିନ ସୁଦ୍ଧା ୧୩୭ରେ ପଛୁଆ ରହିଛି। ଟିମ ଇଣ୍ଡିଆ ହାତରୁ ଏହି ମ୍ୟାଚ ଏକପ୍ରକାର ଖସିଯାଇଥିବାବେଳେ ଏହାକୁ ଅମିମାଂଶୀତ ରଖିବାକୁ ହେଲେ ୫ମ ଦିବସ ସମ୍ପୂର୍ଣ୍ଣ ଖେଳିବାକୁ ହେବ, ନଚେତ ୩୦୦ରୁ ଅଧିକ ରନର ଟାର୍ଗେଟ ଦେବାକୁ ପଡ଼ିବ।
ଭାରତ ପ୍ରଥମେ ବ୍ୟାଟିଂ କରି ୩୫୮ ରନ ସଂଗ୍ରହ କରିଥିଲା। ଜବାବରେ ଜୋ ରୁଟଙ୍କ ୧୫୦ ଏବଂ ବେନ ଷ୍ଟୋକ୍ସଙ୍କ ୧୪୧ ରନ ବଳରେ ଘରୋଇ ଦଳ ୬୬୯ ରନର ବିଶାଳ ସ୍କୋର କରିଥିଲା। ପ୍ରଥମ ପାଳିରେ ୩୧୧ ରନରେ ପଛୁଆ ଥିବା ଭାରତ ୨ୟ ପାଳି ଆରମ୍ଭ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ବିନା କୌଣସି ଖାତା ଖୋଲି ଭାରତ ୨ଟି ଉଇକେଟ ହରାଇଥିଲା। ଯଶସ୍ଵୀ ଜୟସଓ୍ବାଲ ଏବଂ ସାଇ ସୁଦର୍ଶନ ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ। ଏହା ପରେ ରାହୁଲ ଏବଂ ଗିଲ୍ ପାଳି ସମ୍ଭାଳିଥିଲେ। ଉଭୟେ ସତର୍କତାର ସହିତ ଖେଳି ୧୭୪ ରନର ଭାଗିଦାରି କରିଛନ୍ତି। ଶେଷ ଦିନରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ବିଶେଷ କିଛି ନିର୍ଭର କରୁଛି।
୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ସିରିଜ ଡ୍ର’ କରିବା ଲାଗି ଭାରତକୁ ଏହି ମ୍ୟାଚ ଜିତିବା ଜରୁରୀ ଥିଲା। କିନ୍ତୁ ଇଂଲଣ୍ଡର ଦମଦାର ପ୍ରଦର୍ଶନ ଯୋଗୁ ଭାରତ ହାତରୁ ସେହି ସୁଯୋଗ ଚ୍ଛିନ୍ନ ହୋଇଛି। ଏହି ମ୍ୟାଚ ଡ୍ର’ ହେଲେ ବି ଇଂଲଣ୍ଡ ସିରିଜ ବିଜୟୀ ହେବା ନିଶ୍ଚିତ।