
ଭୁବନେଶ୍ୱର୨: କଏଦୀଙ୍କ ପାଇଁ ଆସିଲା ଖୁସିଖବର। ରାଜ୍ୟର ୮୭ଟି ଜେଲ୍ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ । ଅପରାଧ କରିଥିଲେ ସୁଦ୍ଧା ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରୁ ସଜା କୋହଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ୪୦୦ କଏଦୀଙ୍କ ସଜା କୋହଳ ହେବ ବୋଲି ଜେଲ ଡିଜି ଅରୁଣ ରାୟ ସୂଚନା ଦେଇଛନ୍ତି।
କାରାଗାରରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବାରୁ ଏହି କଏଦୀମାନଙ୍କ ସଜା କମ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅରୁଣ ରାୟ କହିଛନ୍ତି, ଜେଲ୍ରେ ସଂସ୍କାର କାର୍ୟ୍ୟକ୍ରମର ଏହା ଏକ ବଡ଼ ପଦକ୍ଷେପ । ଏହାଦ୍ୱାରା କଏଦୀଙ୍କ ମନୋଭାବ ପରିବର୍ତ୍ତନ ହେବା ସମ୍ଭାବନା ଅଛି । ସେମାନେ ପୁଣି ଥରେ ସମାଜର ମୁଖ୍ୟସ୍ରୋତକୁ ଫେରିବା ଆଶା ରହିଛି । ଏଥର ୪୦୦ କଏଦୀଙ୍କ ପାଇଁ ସଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେମାନେ ଧାର୍ୟ୍ୟ ଜେଲ୍ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ । ୧ ବର୍ଷରୁ ଅଧିକ ସଶ୍ରମ କାରାଦଣ୍ଡ କଏଦୀଙ୍କ ଠାରୁ ଆରମ୍ଭ ହୋଇ ଆଜୀବନ ସଜା ଭୋଗୁଥିବା କଏଦୀ ଏହି ବର୍ଗରେ ଅଛନ୍ତି । ୨୦୨୫ ଏପ୍ରିଲ୍ରେ ଦ୍ୱିତୀୟ ପ୍ରର୍ୟ୍ୟାୟରେ ଆଉ କିଛି କଏଦୀଙ୍କ ସଜା କୋହଳ କରାଯିବାକୁ ଯୋଜନା ରହିଛି ।




