୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

ନୂଆଦିଲ୍ଲୀ,୨୫/୦୮: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଓଭରାଲ ୧୯୩ (୮୪, ୧୦୯)କେଜି ଭାର ଉଠାଇଥିଲେ । ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ସ୍ନାଚ, କ୍ଲିନ ଆଣ୍ଡ ଜର୍କ ଓ ଓଭରାଲରେ ରେକର୍ଡ କରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଆନ୍ତର୍ଜାତୀୟ ମୁକାବିଲାଠାରୁ ଦୂରେଇ ରହିଥିଲେ। ମାଲେସିଆର ଇରେନ ହେନେରୀ ୧୬୧ କେଜି( ୭୩, ୮୮) ଓ ୱେଲ୍ସର ନିକୋଲ ରୋବର୍ଟ ୧୫୦ କିଗ୍ରା (୭୦, ୮୦) ସହ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପ୍ରଥମରୁ ଚାନୁଙ୍କ ପ୍ରଦର୍ଶନ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା । ପରେ ସେ କିନ୍ତୁ ଆକର୍ଷଣୀୟ ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ ।

  • Related Posts

    ହକି ଚାମ୍ପିୟନସିପ୍‌: ରୌପ୍ୟ ପଦକ ଜିତିଥିବା ଓଡ଼ିଶା ପୁରୁଷ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡ଼ାମନ୍ତ୍ରୀ

    ଭୁବନେଶ୍ୱର,୨୫/୦୮: ୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ…

    Continue reading
    କ୍ରିକେଟରୁ ସନ୍ନ୍ୟାସ ନେଲେ ପୂଜାରା

    ନୂଆଦିଲ୍ଲୀ: କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା। ଟେଷ୍ଟ କ୍ରିକେଟରେ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରୁଥିବା ପୂଜାରା ନିଜ ଅବସର ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ସେ ସନ୍ନ୍ୟାସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ