୫ବର୍ଷରେ ମରିଛନ୍ତି ୪୦୩ ହାତୀ

ଭୁବନେଶ୍ୱର: ରାଜ୍ୟରେ ‘ହାତୀ କରିଡର’ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ହାତୀଙ୍କୁ ସୁରକ୍ଷା ଯୋଗାଇବା ପ୍ରୟାସ ଏପର୍ୟ୍ୟନ୍ତ ସଫଳ ହୋଇପାରିନାହିଁ। ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୪୦୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୧୪-୧୫ରୁ ୨୦୨୪-୨୫(ଡିସେମ୍ବର ୨ତାରିଖ ସୁଦ୍ଧା) ମୋଟ ୮୫୭ଟି ହାତୀଙ୍କ ବିଭିନ୍ନ କାରଣରୁ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଯାହାକି ରାଜ୍ୟରେ ହାତୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଣରାମ ସିଂ ଖୁଂଟିଆ ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଛନ୍ତି ଯେ, ୨୦୧୯-୨୦ରୁ ୨୦୨୩-୨୪ ମସିହା ମଧ୍ୟରେ ମୋଟ ୪୦୩ଟି ହାତୀ ପ୍ରାଣ ହରାଇଛନ୍ତି । ରାଜ୍ୟରେ ହାତୀମାନଙ୍କ ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ସେମାନଙ୍କର ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନକୌଶଳ ଆପଣାଇ ଶିକାରୀଙ୍କ ଗତିବିଧି ନିରୀକ୍ଷଣ ଆଦି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଖୁଂଟିଆ କହିଛନ୍ତି।ସେହିପରି ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୪-୧୫ରୁ ଚଳିତମାସ ସୁଦ୍ଧା ମୋଟ ୮୫୭ଟି ହାତୀର ଅସ୍ୱାଭାବିକ ମୃତ୍ୟୁ ଘଟିଥିବାବେଳେ ୨୯ଟି ହାତୀ ଟ୍ରେନ ଓ ୭ଟି ହାତୀ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୧୪୯ଟି ହାତୀ ବିଦ୍ୟୁତ ଆଘାତରେ ଓ ୩୦ଟି ହାତୀଙ୍କର ଶିକାରୀଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି। ୨୦୨୨-୨୩ରେ ସର୍ବାଧିକ ୯୨ଟି ହାତୀଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଂଟିଆ କହିଛନ୍ତି। ତେବେ ଏତେ ସଂଖ୍ୟକ ହାତୀ ମୃତ୍ୟୁ ଘଟଣା ହିଁ ରାଜ୍ୟରେ ହାତୀ ସୁରକ୍ଷା ବ୍ୟବସ୍ଥା ଫେଲ୍ ମାରିଥିବା ଚର୍ଚ୍ଚା ହେଉଛି।ସୂଚନାଯୋଗ୍ୟ, ଗତମାସରେ ଜାରି ହାତୀ ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମୋଟ ୨୧୦୩ଟି ହାତୀ ରହିଛନ୍ତି।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ