ଭୁବନେଶ୍ଵର,୨୪/୦୩/୨୦୨୬: ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫର୍ ନିଯୁକ୍ତି ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଅନୁମୋଦନ ଦେଇଛନ୍ତି। ଏହି ଅନୁମୋଦନ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସର୍ବଦା ଲୋକଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିବଦ୍ଧ । ଏହି ନିଯୁକ୍ତି ଦ୍ୱାରା ରୋଗୀ ସେବା ଉନ୍ନତ ହେବା ସହିତ ସ୍ୱାସ୍ଥ୍ୟ ପ୍ରଣାଳୀ ଆହୁରି ସକ୍ଷମ ହେବ। ବିଭାଗ ପକ୍ଷରୁ ଶୀଘ୍ର ନର୍ସିଂ ଅଫିସର ଏବଂ ରେଡିଓଗ୍ରାଫରମାନଙ୍କ ନିଯୁକ୍ତି ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ ଗୁଡିକ ଉପରେ ବିଭାଗ ପକ୍ଷରୁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫର୍ ନିଯୁକ୍ତିକୁ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଅନୁମୋଦନ ଦେଇଛନ୍ତି।
ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ
କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…




