ପଦବୀ ମାଡ଼ି ବସିଛନ୍ତି ୨୬ ଆଇଏଏସ୍ ଓ ୧୦୮ ଓଏଏସ୍ ଅଫିସର

ରାଜ୍ୟରେ ବିଜେଡିର ୨୪ବର୍ଷର ସରକାରକୁ ଲୋକେ ପ୍ରତ୍ୟାଖ୍ୟାନ କଲେ । ବିଜେପିକୁ ଏକାକୀ ସରକାର ଗଢ଼ିବାର ସୁଯୋଗ ବି ଦେଲେ । କିନ୍ତୁ ପ୍ରଶାସନିକ ବାବୁମାନଙ୍କର ଦବଦବା ପୂର୍ବଭଳି କାଏମ ରହିଛି । ରାଜ୍ୟ ସରକାରଙ୍କ ବଦଳି ନୀତିକୁ ଖୋଲାଖୋଲି ଉଲ୍ଲଘଂନ କରି ବରିଷ୍ଠ ଅଫିସର(ବାବୁମାନେ) ପଦବୀ ମାଡ଼ି ବସିଛନ୍ତି । ବିଜେପି ସରକାର କ୍ଷମତାକୁ ଆସିବାର ୬ମାସ ପୁରିବାକୁ ବସିଥିଲେ ମଧ୍ୟ ସେମାନଙ୍କୁ ହଟାଇବାରେ ସକ୍ଷମ ହୋଇପାରିନାହାନ୍ତି । ଯେଉଁଥିପାଇଁ ରାଜ୍ୟର ୨୬ଜଣ ଆଇଏଏସ୍ ଓ ୧୦୮ଜଣ ଓଏଏସ୍ ଅଫିସର ଗୋଟିଏ ପଦବୀରେ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା ଜଣାପଡ଼ିଛି ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାୟକ କାଡ଼୍ରାକା ଆପାଲା ସ୍ୱାମୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ର ୨୬ଜଣ ଓ ଓଡ଼ିଶା ପ୍ରଶାସନ ସେବା(ଓଏଏସ୍‌) ୧୦୮ଜଣ ଅଧିକାରୀ ଗୋଟିଏ ଅଫିସରେ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଛନ୍ତି । ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ପଦବୀରେ କାର୍ଯ୍ୟ କରୁଥିବା ଆଇଏଏସ୍ ଅଫିସର ହେଲେ, ଜଳସମ୍ପଦ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଭିଭି ଯାଦବ(ଟ୍ରେଡ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଂଟ କମିଶନର), ମୃଣାଳିନୀ ଦର୍ଶୱାଲ- ସ୍ୱତନ୍ତ୍ର ରିଲିଫ କମିଶନର,ନୂଆଦିଲ୍ଲୀଙ୍କ ସମେତ ବଳବନ୍ତ ସିଂ, ଭୂପେନ୍ଦ୍ର ସିଂ ପୁନିଆ, ରଶ୍ମିତା ପଣ୍ଡା, ମାନସୀ ନିମ୍ବଲ, ଶଶାଭଦ୍ର ନାୟକ, ସୁବ୍ରତ ଶତପଥୀ, ତ୍ରିଲୋଚନ ପ୍ରଧାନ, ମନୀଷ ଅଗ୍ରଓ୍‌ାଲ, ମନୋଜ କୁମାର ମହାନ୍ତି, ଅବନୀକାନ୍ତ ପଟ୍ଟନାୟକ, ଦେବେନ୍ କୁମାର ପ୍ରଧାନ, ଶକୁନ୍ତଳା ବିନ୍ଧାଣୀ, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଶୁଭଶ୍ରୀ ନନ୍ଦ, ଦୀପକ ରଞ୍ଜନ ଦାଶ, ସତ୍ୟପ୍ରିୟ ରଥା, ମଧୁସ୍ମିତା ସାମଲ, ସାଗରିକା ହୋତା, ହିମାଂଶୁ ଭୂଷଣ ପଣ୍ଡା, ପ୍ରଜ୍ଞାସ୍ମିତା ସାହୁ ଓ ସାଗରିକ ପଟ୍ଟନାୟକ ।

ସେହିପରି ଓଏଏସ୍ ଅଫିସର ସଂଗ୍ରାମୀ କେଶରୀ ସ୍ୱାଇଁ, ସଞ୍ଜିତ ଦାସ, ଶ୍ୟାମଲୀ ମହାପାତ୍ରା, ରମାକାକନ୍ତ ନାୟକ, ମୃଣାଣକାନ୍ତି ଦାସ,ଲକ୍ଷ୍ମଣ କୁମାର ମଲ୍ଲିକ, ସ୍ମିତା ବିଶ୍ୱାଳ, ନିଗମାନନ୍ଦ ପଣ୍ଡା, ସନ୍ତୋଷ କୁମାର ଦାଶ,ଶୁଭେନ୍ଦ୍ର କୁମାର ନାୟକ, ସତ୍ୟବ୍ରତ ରାୟ ,ନୃପରାଜ ସାହୁ, ରେଗା ଗୀତାରାଣୀ ପଟ୍ଟନାୟକ, ନିବେଦିତା ପୃଷ୍ଟିଙ୍କ ସମେତ ୧୦୮ଜଣ ଓଏଏସ୍ ଅଫିସର ଗୋଟିଏ ଅଫିସରେ ୩ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଯଦିଓ ରାଜ୍ୟ ସରକାରଙ୍କ ବଦଳି ନୀତି ଅନୁସାରେ ଗୋଟିଏ ପଦବୀ ବା ଅଫିସରେ ସର୍ବାଧିକ ୩ବର୍ଷ ଧରି ଜଣେ ଅଫିସର କାର୍ଯ୍ୟ କରିପାରିବେ ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ