3 ଜଣ ମୋତେ ଧୋକା ଦେଲେ: ଦିଲ୍ଲୀପ ରାୟ

ବ୍ରହ୍ମପୁର: ରାଜ୍ୟସଭା ନିର୍ବାଚନରେ ମୁଖ୍ୟତଃ ବ୍ୟକ୍ତିଗତ ସମ୍ପର୍କ ଭଲ ରହିଥିବା ଯୋଗୁଁ ସମସ୍ତେ ସମର୍ଥନ କରିଥିଲେ । ହେଲେ ୧୪ ଜଣ ସମର୍ଥନ କରିବା ବଦଳରେ ୧୧ ଜଣ ସମର୍ଥନ କରିଥିଲେ । ଅନ୍ୟ ତିନି ଜଣ ଧୋକା ଦେଲେ । ଘୋଡା ବେପାର ନେଇ ଅପପ୍ରଚାର କରାଯାଉଛି । ବିଜୟ ମହାପାତ୍ର, ପ୍ରଭାତ ବିଶ୍ୱାଳଙ୍କ ସହ ମୋର ଭଲ ସଂପର୍କ ଅଛି । ଟଙ୍କା ଦେଇ ଯଦି ରାଜ୍ୟସଭା ନିର୍ବାଚନ ଲଢ଼ିହେଉଥାନ୍ତା ତେବେ ଆଦାନୀ, ଅମ୍ବାନୀ ଓଡ଼ିଶାକୁ ଆସି ନିର୍ବାଚନ ଲଢି ପାରିଥାନ୍ତେ । କିନ୍ତୁ ଏଠି ସଂପର୍କ ହେଉଛି ବଡ଼ । ରାଜ୍ୟର ଏତେ ବଡ଼ ବଡ଼ ନେତାଙ୍କ ସହିତ କଣ ସେପରି କରାଯାଇପାରିବ । ରାଜ୍ୟରେ ଯେଉଁମାନେ ବିଜୁ ପଟ୍ଟନାୟକ ସମ୍ପର୍କରେ କିଛି ଜାଣି ନାହାନ୍ତି, ସେମାନେ କମେଣ୍ଟ ଦେଉଛନ୍ତି । ରାଜ୍ୟର ଯେତେ ସବୁ ରାଜନୈତିକ ଦଳର ନେତା ଅଛନ୍ତି ସେଥି ମଧ୍ୟରୁ ୯୦ ପ୍ରତିଶତ ନେତା ବିଜୁ ବାବୁଙ୍କ ବିଷୟରେ ଜାଣି ନାହାନ୍ତି । ହାତ ଗଣତି କିଛି ନେତା ଅଛନ୍ତି ଯେଉଁମାନେ ବିଜୁବାବୁଙ୍କ ସମ୍ପର୍କରେ ଜାଣିଛନ୍ତି । ବିଜୁ ବାବୁ ମୋର ରାଜନୈତିକ ଗୁରୁ । ରାଜ୍ୟସଭା ସାଂସଦ ଭାବରେ ବିଜୟୀ ହୋଇ ଦିଲ୍ଲୀରୁ ଶପଥ ନେଇ ଫେରିବା ପରେ ଗୋପାଳପୁରରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଗଣମାଧ୍ୟମକୁ ସମ୍ବୋଧନ କରି ଏହା କହିଛନ୍ତି ।
ଦିଲ୍ଲୀରୁ ଶପଥ ନେଇ ଫେରିବା ପରେ ଗୋପାଳପୁରରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କୁ ଦିଆଯାଇଛି ବିପୁଳ ସମ୍ବର୍ଦ୍ଧନା । ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଆସୁଥିବା ଦିଲ୍ଲୀପ ରାୟ ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ନିଜର ଗୋଟି ଚାଳନା କରି ବିଜୟ ମୁକୁଟ ପରିଧାନ କରିଥିବା ବେଳେ ରାଜ୍ୟସଭା ସାଂସଦ ଭାବରେ ଶପଥ ନେବା ପରେ ଦିଲ୍ଲୀରୁ ସିଧା ଗୋପାଳପୁରରେ ପହଁଞ୍ଚିଥିବା ଦେଖାଯାଇଛି ।‌
ଗୋପାଳପୁରରେ ନବନିର୍ବାଚିତ ସାଂସଦ ପହଞ୍ଚିବା ପରେ ତାଙ୍କୁ ଗୋପାଳପୁର ଛକ ଠାରୁ ମେ’ ଫାୟାର ହୋଟେଲ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା । ଯେଉଁଥିରେ ସ୍ଥାନୀୟ କଳାକାରଙ୍କ ବିଭିନ୍ନ ନୃତ୍ୟ ଓ ପଟୁଆରରେ ସହର ପରିକ୍ରମା କରି ଗୋପାଳପୁର ମେ-ଫାୟାର ହୋଟେଲରେ ପହଞ୍ଚିଥିବା ବେଳେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ।
ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ଏଠାକାର ଯାହା ସମସ୍ୟା ରହିଛି ତାହାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଆଲୋଚନା କରିବା ସହିତ ସମାଧାନ କରିବୁ ବୋଲି ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ରାଜ୍ୟସଭାରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟା ଉପସ୍ଥାପନା କରାଯିବ ବୋଲି କହିବା ସହିତ ଆଲୋଚନା କରି ଯାହା କରିବୁ ଜଣେ ନୁହେଁ ବରଂ ଟିମ ୱାର୍କ କରିବୁ ବୋଲି କହିଛନ୍ତି।ଏପରିକି ରାଜ୍ୟର ଟୁ୍ରିଜିମର ବିକାଶ ଉପରେ ଆହୁରି କିଛି କରିବାର ଅଛି ବୋଲି କହିବା ସହିତ ସେ ଭାଜପାରେ ରହିଥିବା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ଏବଂ ବିଜେପି ସମର୍ଥନ କରିଲା ଏବଂ ଅନ୍ୟ ମାନେ ମଧ୍ୟ କେତେକ ସମର୍ଥନ କରିଥିଲେ ବୋଲି କହିଛନ୍ତି ।
“ବିଗତ ଦୁଇ ଦଶନ୍ଦି ଧରି ରାଜ୍ୟରେ କିଛି ବିକାଶ ହୋଇଥିବା ବେଳେ ଆହୁରି ଅନେକ ବିକାଶ ହେବାର ଅଛି । ମେ-ଫାୟାର ହୋଟେଲ ଶିଳ୍ପରେ 8500 ଜଣ ନିଯୁକ୍ତି ପାଇଛନ୍ତି । ସେଥିରୁ 7500 ଜଣ କେବଳ ଓଡ଼ିଆ । ଚାକିରୀ ପଛରେ ନଗୋଡ଼ାଇ ଚାକିରୀ ଦେବାକୁ ଉଦ୍ୟମ କରିବା ଆବଶ୍ୟକ,” ବୋଲି କହିଛନ୍ତି ଦିଲ୍ଲୀପ ରାୟ।

  • Related Posts

    ବିଜେଡି ଛିଡୁଛି, ବିଜେପି ବଢ଼ୁଛି

    ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବିଜେଡି ଗଡ଼ ଭୁଶୁଡି ଚାଲିଛି । କେତେବେଳେ ନେତା ଦଳ ଛାଡୁଛନ୍ତି ତ ଆଉ କେତେବେଳେ ନେତାଙ୍କୁ ଦଳ ବାହାର ରାସ୍ତା ଦେଖାଉଛନ୍ତି । ପରବର୍ତ୍ତି ସମୟରେ ସେହି ନେତାମାନେ ବିଜେପିରେ ମିଶୁଛନ୍ତି । ଯାହାଫଳରେ ଗୋଟିଏ…

    Continue reading
    ତେଜିବ ବିଜୁ ଲିଗାସୀ ରାଜନୀତି

    ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁକୁ ନେଇ ରାଜ୍ୟ ରାଜନୀତିରେ ଆଉ ଏକ ନୂଆ ସମୀକରଣ ପ୍ରସ୍ତୁତି ଚାଲିଛି । ଆସନ୍ତା ୧୭ ତାରିଖ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସାମ୍ନାକୁ ଆସିବ ରାଜ୍ୟ ରାଜନୀତିର ନୂଆ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ