ଓଡ଼ିଶାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରବେଶ କରିବ ମୌସୁମୀ

ନୂଆଦିଲ୍ଲୀ : ଓଡ଼ିଶାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରବେଶ କରିବ ମୌସୁମୀ। ୨ ଦିନ ଭିତରେ ମୌସୁମୀକୁ ନେଇ ସ୍ଥିତି ସ୍ପଷ୍ଟ ହେବ। ସାଧାରଣତଃ ଓଡ଼ିଶାରେ ମୌସୁମୀ ଜୁନ ୧୨ ରୁ ୧୪ ରେ ଆସେ କିନ୍ତୁ ଚଳିତ ବର୍ଷ ଏହା ଶୀଘ୍ର ଆସିବ । ଓଡ଼ିଶାରେ ଏବେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ତାହା ସହିତ ଲୋ ପ୍ରେସର୍ ଯୋଗୁଁ ବର୍ତ୍ତମାନ ଓଡ଼ିଶାରେ ବର୍ଷା ହେଉଛି। ଖୁବ୍ ଶୀଘ୍ର ଓଡ଼ିଶାରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ହେବ ।

ସୂଚନା ଥାଉକି, ବର୍ଷା ନେଇ ସୋମବାର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଆଗାମୀ ୭ ଦିନ ଯାଏଁ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କତା ଜାରି ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡା, ଖୋର୍ଦ୍ଧା, ପୁରୀ କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅବଶିଷ୍ଟ ୧୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ