ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ସାଇବର କମ୍ପ୍ଲେକ୍ସ ଠାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ ” ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା” ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାକୁ ରାଜ୍ୟର ସମସ୍ତ ରେଞ୍ଜ ଏବଂ ଜିଲ୍ଲା ସ୍ତରରେ “ସାଇବର ଅପରାଧ ତଦନ୍ତ” ସମ୍ପର୍କିତ କର୍ମଶାଳାର ଆୟୋଜନ କରାଯିବ ଏବଂ ଏଥିରେ କନଷ୍ଟେବଳ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଅଧିକାରୀମାନେ ଅଂଶଗ୍ରହଣ କରିବେ। ଅଳ୍ପ ସମୟ ମଧ୍ୟରେ ଅଧିକାରୀଙ୍କୁ ସାଇବର ଅପରାଧର ସଠିକ ତଦନ୍ତ ଏବଂ ନିଜର ଦକ୍ଷତା ପ୍ରତିପାଦିନ କରିବାରେ ଏହି କର୍ମଶାଳା ସେମାନଙ୍କୁ ବିଶେଷ ସହାୟକ ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି।
ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା ର ପ୍ରୟୋଗ ଦ୍ଵାରା ଅଦୃଶ୍ୟ ଅପରାଧୀଙ୍କୁ ମୁକାବିଲା କରିବାକୁ ହେଲେ ପୋଲିସ କୁ ନିଜର ଦକ୍ଷତା ବିକାଶ ଏବଂ ନିରନ୍ତର ତାଲିମ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କର୍ମଶାଳା ଆୟୋଜନ କରାଯିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି।

ପ୍ରଯୁକ୍ତିବିଦ୍ୟାର ବିକାଶ ହେବା ସହ ଆମ ଦୈନନ୍ଦିନ ଜୀବନରେ ସାଇବର ଅପରାଧୀଙ୍କ ହସ୍ତକ୍ଷେପ ବଢ଼ିବାରେ ଲାଗିଛି। ଅନଲାଇନରେ ପୁଞ୍ଜି ନିବେଶ, ଆର୍ଥିକ ଠକେଇ, ସାଧାରଣଲୋକଙ୍କ ପରିଚୟ ଚୋରି, ଡିଜିଟାଲ ଗିରଫ, ଶିଶୁ ତଥା ବୟସ୍କ ବ୍ୟକ୍ତିଙ୍କୁ ଶୋଷଣ ଭଳି ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏ ଭଳି ଅପରାଧକୁ ରୋକିବାକୁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟ ସରକାର ସାରା ରାଜ୍ୟରେ ୨୦ ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଥାନା ଖୋଲିବାକୁ ଅନୁମୋଦନ କରିଛନ୍ତି। ସାଇବର ଅପରାଧ ରୋକିବାକୁ ଏହି ଥାନା ଗୁଡିକ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି।
ଏହା ବ୍ୟତୀତ ଭୁବନେଶ୍ୱରଠାରେ ଓଡିଶା ସାଇବର କମାଣ୍ଡ ସେଣ୍ଟର ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଡିଜିପି କହିଥିଲେ । ସାଇବର ଅପରାଧ ନିୟନ୍ତ୍ରଣ, ଚିହ୍ନଟ ଏବଂ ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ପ୍ରଦାନ ଭଳି କାର୍ୟ୍ୟକୁ ତ୍ୱରାନ୍ୱିତ କରିବାରେ ଏହି ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇବ ବୋଲି ଡିଜିପି କହିଥିଲେ।
ସାଇବର ଅପରାଧକୁ ମୁକାବିଲା କରିବାକୁ ହେଲେ ଜ୍ଞାନ, ଦକ୍ଷତା ଏବଂ ତଦନ୍ତ କୌଶଳକୁ ସଶକ୍ତ କରିବାର ଆବଶ୍ୟକତା ରହିଛି ଏବଂ ଏହାକୁ କାର୍ୟ୍ୟ କ୍ଷେତ୍ରରେ ସଠିକ ବିନିଯୋଗ କରିବାକୁ କର୍ମଶାଳାରେ ସାମିଲ ହୋଇଥିବା ଅଧିକାରୀଙ୍କୁ ଡିଜିପି ଉପଦେଶ ଦେଇଥିଲେ । ଏକ ନୂତନ ଆତ୍ମବିଶ୍ୱାସ ଏବଂ ଦକ୍ଷତା ସହିତ ସାଇବର ଅପରାଧ ବିରୋଧରେ ଲଢ଼ି ଓଡ଼ିଶାବାସୀଙ୍କ ସେବା କରିବାକୁ ଡ଼ିଜିପି ଆହ୍ୱାନ ଦେଇଛନ୍ତି।
କାର୍ୟ୍ୟକ୍ରମର ପ୍ରାରମ୍ଭରେ ଡିଜିପି, କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କ୍ରାଇମବ୍ରାଞ୍ଚ, ଆଇଜି ଡ଼. ସାର୍ଥକ ଷଡ଼ଙ୍ଗୀ କର୍ମଶାଳା ଆୟୋଜନ ଓ ପରିଚାଳନା କରିଥିଲେ। ଡିଆଇଜି ( ଏସଟିଏଫ) ଶ୍ରୀ ପିନାକ ମିଶ୍ର କାର୍ୟ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସାଇବର ବିଶେଷଜ୍ଞ ଡ଼. ରକ୍ଷିତ ଟଣ୍ଡନ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ