ବାୟୁ ପ୍ରଦୂଷଣ:ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ଗୁରୁବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ (ବାୟୁ ମାନକ ସ୍ଥିତି) ୪୦୦-୪୫୦ ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଗ୍ରାପ୍‌-୩ ଫର୍ମୁଲା ଲାଗୁ କରାଯାଇଛି। ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଆତିଶି ନିର୍ଦେଶ ଦେଇଛନ୍ତି। ସ୍ଥିତିରେ ଉନ୍ନତି ଆସିିବା ପର୍ୟ୍ୟନ୍ତ ପିଲାମାନେ ଅନଲାଇନରେ ପାଠ ପଢିବେ ବୋଲି କୁହାଯାଇଛି। ସହରରେ ଅନାବଶ୍ୟକ ନିର୍ମାଣ ଓ ଭଙ୍ଗାରୁଜା କାର୍ୟ୍ୟକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦିଆଯାଇଛି। ଗ୍ରାପ୍‌-୩ ଫର୍ମୁଲା ଅନୁଯାୟୀ ଶୁକ୍ରବାରଠାରୁ ସହରରେ ପୁରୁଣା କାଳିଆ ପେଟ୍ରୋଲ (ବିଏସ୍‌-୩) ଓ ଡିଜେଲ (ବିଏସ୍‌-୪) ଯାନର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ବ୍ୟତୀତ ଗୁରୁୁଗ୍ରାମ, ଗାଜିଆବାଦ, ଫରିଦାବାଦ ଏବଂ ଗୌତମ ବୁଦ୍ଧ ନଗର ପାଇଁ ମଧ୍ୟ ଏହି ନିର୍ଦେଶନାମା କାର୍ୟ୍ୟ କରିବ ବୋଲି କୁହାଯାଇଛି। ଜରୁରୀ ପରିସ୍ଥିତିରେ ଡିଜେଲ ଚାଳିତ ଜେନେରେଟର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ପ୍ରତ୍ୟହ ସଡକରୁ ଧୂଳି ଅପସାରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଥିବାବେଳେ ନିୟମିତ ଜଳ ସିଞ୍ଚନ କରାଯାଉଛି।
ବର୍ତ୍ତମାନ ହିମାଳୟରେ ବରଫପାତ ଆରମ୍ଭ ହୋଇଥିବାବେଳେ ଦିଲ୍ଲୀର ତାପମାତ୍ରା କ୍ରମଶଃ ହ୍ରାସ ପାଉଛି। ଫଳରେ ସକାଳେ ଓ ସନ୍ଧ୍ୟାରେ ସହରର ବାୟୁମଣ୍ଡଳ ଶୁଷ୍କ ରହୁଛି। ଏହି ପରିପ୍ରେକ୍ଷୀରେ ନିହାତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସକାଳେ ଓ ସନ୍ଧ୍ୟାରେ ବାହାର କାର୍ୟ୍ୟକୁ ସୀମିତ ରଖିବାକୁ ମଧ୍ୟ କୁହାଯାଇଛି। ଯଦି ଜରୁରୀ କାର୍ୟ୍ୟରେ ବାହାରକୁ ଯିବାକୁ ପଡୁଛି, ତେବେ ମୁହଁରେ ଏନ୍‌୯୫ ମାସ୍କ୍‌ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରେ ହେପା ଏୟାର ପ୍ୟୁରିଫାୟର ବ୍ୟବହାର କଲେ, ପ୍ରଦୂଷଣରୁ ରକ୍ଷା ମିଳିବ ବୋଲି କୁହାଯାଇଛି।

  • Related Posts

    ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍

    ମସ୍କୋ:ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହି…

    Continue reading
    ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

    ନୂଆଦିଲ୍ଲୀ : ରବିବାର ସକାଳେ ଉତ୍ତର ପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଜଣେ ସୈନିକଙ୍କ ପାର୍ଥିବ ଶରୀର ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାରି ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୂଚନା ସଂଗ୍ରହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ