ଚିଠି ପୁଞ୍ଜିଲାଲକୁ ଧରାଇଥିଲା: ଅରୁଣ ବୋଥ୍ରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ପାଟଣାଗଡ଼ ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାରି ଭିତରେ ତତକାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ । ଯାହା ମାମଲାର ତଦନ୍ତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଯେଉଁଠି ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି ସେଠାରେ ଫୋରେନସିକ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ । ପୁଞ୍ଜିଲାଲ ବ୍ୟବହାର କରିଥିଲା ଏନଭଲପ ଓ ଅଠା ପ୍ରମାଣ ଦେଇଥିଲା । ସେହିପରି ବିସ୍ଫୋରକ ବାହାର କରି ଫିଙ୍ଗିଦେଇଥିବା ଖୋଳ ବି ସୁରାକ ଦେଇଥିଲା । ସେ ଯେଉଁ ଡଷ୍ଟବିନରେ ଫିଙ୍ଗିଥିଲା, ତାହା ଲ୍ୟାବରେ ମ୍ୟାଚ କଲା । ସେହିପରି ପୁଞ୍ଜିଲାଲ ଲେଖିଥିବା ଚିଠି ବି ଆମକୁ ବାଟ ଦେଖାଇଥିଲା । ଚିଠିରେ ଲେଖାଥିବା ଭାଷା ଓ ଶୈଳୀ ବହୁ ଉଚ୍ଚକୋଟୀର ଥିଲା । ତେଣୁ ପୁଞ୍ଜିଲାଲକୁ କେହି ସନେ୍ଦହ କରୁନଥିଲେ ବି ଧରିଥିଲୁ । ଆଉ ବୋମା ତିଆରି ପାଇଁ ଡେମୋ ଦେଖାଇବା ପର୍ଯ୍ୟନ୍ତ ଆମେ ମନାଇଥିଲୁ । ସେ ଯାହା ବି ହେଉ ମାନ୍ୟବର କୋର୍ଟଙ୍କ ରାୟ ଆମ ପୂରା ଟିମକୁ ଖୁସି କରିଛି ।

ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ରାୟ ଆସିଛି। ୭ ବର୍ଷର ତଦନ୍ତ ଏବଂ ଆଇନଗତ କସରତ ପରେ ପାର୍ସଲ ବୋମା ବିସ୍ଫୋରଣର ରାୟ ଆସିଛି। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଘଟଣାର ଯବନିକା ପଡ଼ିଛି । ପାଟଣାଗଡ଼ ଏଡିଜି କୋର୍ଟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିସହ କୋର୍ଟ ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାଛଡ଼ା ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ।

ଖବର ଅନୁଯାୟୀ, ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ର ନବବିବାହିତ ସୌମ୍ୟ ଶେଖର ଓ ତାଙ୍କ ସ୍ତ୍ରୀ ରୀମା ରାଣି ଏକ ପାର୍ସଲ ଗିଫ୍ଟ ପ୍ୟାକ୍‌କୁ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ ପାଇଁ ତତ୍‌କାଳୀନ ସରକାର ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରାଙ୍କ ତତ୍ୱାବଧାନରେ ଏକ ଟିମ୍‌ ଗଠନ କରିଥିଲା । ଟିମ୍‌ ବିଭିନ୍ନ ଦିଗକୁ ତଦନ୍ତ କରି ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା । ମାମଲାରେ ପ୍ରଥମେ ଜିଲ୍ଲା ପୋଲିସ ଆଉ ପରେ କ୍ରାଇମବ୍ରାଞ୍ଚ ପ୍ରାୟ ୨ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ଏହାସହିତ ୬୩ ଜଣଙ୍କର ସାକ୍ଷ୍ୟଗ୍ରହଣ ହୋଇଥିଲା । ଆଉ ଏବେ ଦୀର୍ଘ ସାତ ବର୍ଷ ପରେ ରାୟ ପ୍ରକାଶ କରିଛନ୍ତି ପାଟଣାଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ମାମଲାରେ ଅଭିଯୁକ୍ତ ଥିବା ପୁଞ୍ଜାଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର କୋର୍ଟ ।

୭ ବର୍ଷର ତଦନ୍ତ ଏବଂ ଆଇନଗତ କସରତମଧ୍ୟରେ ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ୨ ହଜାର ଫର୍ଦ୍ଦର ଚାର୍ଜସିଟ୍‌ ଦାଖଲ କରିଛି। ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଜ ଏଡିଜି ଅରୁଣ ବୋଥ୍ରା ତଦନ୍ତରେ ସଂପୃକ୍ତ ଥିଲେ। ଏପରିକି ତାଙ୍କ ସାକ୍ଷ୍ୟ ବହୁ ଗୁରୁତ୍ବବହନ କରୁଥିବା କୁହାଯାଉଛି। ଏହି ବିସ୍ଫୋରଣ ପରେ ମାସେ କାଳ ବଲାଙ୍ଗୀର ପୁଲିସ ମାମଲାର ତଦନ୍ତ ଚଳାଇଥିଲା। ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯାଇଥିଲା। ମାମଲାର ଖୋଳତାଡ଼ର ମାସେ ପରେ କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲକୁ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ