
ରାଉରକେଲା : ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟ୍ ହୋଇଥିଲା ବିସ୍ଫୋରକ ଲୁଟ୍ର ୩ ଦିନ ପରେ ଜବତ ହୋଇଛି । ଏହି ବିସ୍ଫୋରକ ମାଓବାଦୀ ମାନେ ଲୁଟି ନେଇଥିଲେ । ତେବେ ଲୁଟ୍ ହୋଇଥିବା ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡ ସିଂହଭୂମ ତିରଲପୋଷିରୁ ଏହା ଜବତ ହୋଇଥିବା ସୂଚନା ରହିଛି ।
ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଲୁଟ୍ ବିସ୍ଫୋରକ ମିଳିଥିବା ସୂଚନା ମିଳିଛି । ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍ ହୋଇଥିଲା ।
ଲୁଟ୍ ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିଲା SIT ଟିମ୍ । ରାଉରକେଲା ଆଡ଼ିସନାଲ ଏସ୍ପିଙ୍କ ନେତୃତ୍ବରେ ଟିମ୍ ଗଠନ ହୋଇଥିଲା । ଟିମ୍ରେ ଥିଲେ ୪ ଜଣ ଅଫିସର । ରାଉରକେଲା ଆଡିସନାଲ ଏସ୍ପି, ବଣାଇ SDPO ଏବଂ ଦୁଇ ପୋଲିସ ଇନ୍ସପେକ୍ଟର ଟିମ୍ରେ ସାମିଲ ଥିଲେ ।








