ଢେଙ୍କାନାଳ ଗସ୍ତରେ ମୁଖ୍ୟମନ୍ତ୍ରୀ, ୪ ହଜାର କୋଟି ଟଙ୍କାର ୨୩ ପ୍ରକଳ୍ପର କଲେ ଶିଳାନ୍ୟାସ

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳକୁ ଏକ ଦିନିକିଆ ଗସ୍ତରେ ଯାଇ ଢେଙ୍କାନାଳବାସୀଙ୍କୁ ୪ ହଜାର କୋଟି ଟଙ୍କା ଅଟକଳର ୨୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଗସ୍ତ କରିଥିଲେ । ଅପରାହ୍ନ ୩ଟା ୨୫ମିନିଟ୍ ସମୟରେ ସ୍ଥାନୀୟ ଡିପିଏସ୍‌ ସ୍କୁଲ ଠାରେ ସ୍ୱତନ୍ତ୍ର ହେଲିପ୍ୟାଡ଼ରେ ଅବତରଣ କରିଥିଲେ । ସେଠାରୁ କାର୍ ଯୋଗେ ପ୍ରଥମେ ବନମାଳୀ ପ୍ରସାଦ ଯାଇ ସେଠାରେ ୧୨୦ କୋଟି ଟଙ୍କାର ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପରେ ପରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ନେତା ଓ କର୍ମୀ ମାନେ ବିରାଟ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ୱାଗତ କରିଥିଲେ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଉତ୍ପାଦିତ ପନିପରିବା ଓ ଫଳମୂଳ ସାଙ୍ଗକୁ ଲଙ୍ଗଳ ଅର୍ପଣ କରିଥିଲେ । ସାଧାରଣ ସଭାକୁ ଉଦ୍ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ସଭାସ୍ଥଳ ଠାରେ, ସଦର ବ୍ଲକ ଅନ୍ତର୍ଗତ ଛାଟିଆ ଠାରେ ପ୍ରସ୍ତାବିତ ଆଇନକ୍ସ ୱିଣ୍ଡ କମ୍ପାନୀର ଏକ ସୋଲାର କାରଖାନା ପ୍ରକଳ୍ପ, ଜୋରନ୍ଦା ମହିମା ଗାଦୀର ବିକାଶ ପାଇଁ ୧୭୧ କୋଟି ଟଙ୍କାର ପ୍ରକଳ୍ପ, ଢେଙ୍କାନାଳ ମେଡ଼ିକାଲ କଲେଜ ଆଦି ୪ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ୨୩ଟି ପ୍ରକଳ୍ପର ଏକ କାଳୀନ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଜନ ସାଧାରଣଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟରେ ବିଜେପି ସରକାରର ଏକ ବର୍ଷର ସଫଳତା ବଖାଣିଛନ୍ତି ମୋହନ ମାଝୀ ।

ଢେଙ୍କାନାଳ ଜିଲ୍ଲା ସଂଗ୍ରାମୀ ମାଟି ଓ ଢେଙ୍କାନାଳର ସଂସ୍କୃତି, ବିଶ୍ବ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଏକ ନିଆରା । ମହିମା ଗାଦି ପାଇଁ ବିଗତ ସରକାର ଯେଉଁ ବଜେଟ୍ ଘୋଷଣା କରିଥିଲେ ତାହା ହୋଇପାରିଲା ନାହିଁ । ବିଜେପି ସରକାର ଆସିଲା ପରେ ଆମେ ମହିମା ଗାଦି ବିକାଶ ପାଇଁ ୧୭୧କୋଟି ଟଙ୍କା ବିନିଯୋଗ କରିବା ପାଇଁ କାର୍ୟ୍ୟକ୍ରମ ଆରମ୍ଭ କରିଛୁ । ଯୁବଗୋଷ୍ଠୀଙ୍କୁ ଆହୁରି ସଶକ୍ତ କରିବା ପାଇଁ କ୍ରୀଡ଼ାକ୍ଷେତ୍ରକୁ ଆହୁରି ସୁଦୃଢ଼ କରୁଛୁ । ଏହି ଜିଲ୍ଲାର ଯୁବ ନେତୃତ୍ବକୁ ସଦୃଢ କରିବାର ସମୟ ଆସିଛି । ଏହି ଜିଲ୍ଲାରେ ଶିଳ୍ପକ୍ଷେତ୍ରକୁ କିପରି ତ୍ବରାନ୍ବିତ କରାଯିବ ତାକୁ ବିଜେପି ସରକାର ପୂରଣ କରିବ । ଢେଙ୍କାନାଳ ଜିଲ୍ଲାର ୨୬ ହଜାର ଯୁବକ ଯୁବତୀମାନଙ୍କ ପାଇଁ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଯୋଗାଇ ଦିଆଯିବ । ଇତି ମଧ୍ୟରେ ୪ଟି ଶିଳ୍ପ ପ୍ରକଳ୍ପ କାର୍ୟ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅପରପକ୍ଷରେ ଆମ ସରକାର ମାତ୍ର ଏକ ବର୍ଷରେ କୃଷକ ମାନଙ୍କ ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି, ଶୀତଳ ଭଣ୍ଡାର, ମହିଳାଙ୍କ ପାଇଁ ସୁଭଦ୍ରା, ସ୍ୱାସ୍ଥ୍ୟ ପାଇଁ ଆୟୁଷ୍ମାନ, ପିଏମଶ୍ରୀ ଓ ଗୋଦାବରୀଶ ମିଶ୍ର ସ୍କୁଲ, ଢେଙ୍କାନାଳ ଜିଲ୍ଲାବାସୀଙ୍କ ଉନ୍ନତମାନର ଚିକିତ୍ସା ସେବା ପାଇଁ ନୂତନ ମେଡ଼ିକାଲ କଲେଜ ଆଦି ଅନେକ ଜନ ହିତକର ଯୋଜନା ପ୍ରଣୟନ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ରୁଦ୍ର ନାରାୟଣ ପାଣି, ଅବିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାୟକ, ବିଜେପି ନେତା କର୍ମୀ ଓ ସମର୍ଥକଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିଲେ ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ