ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ୟ୍ୟକ୍ରମରେ ଯୋଗ ଦେବେ ।
ଦୀର୍ଘ ବର୍ଷ ପରେ ରାଜ୍ୟରେ ବିଜେପି କ୍ଷମତାକୁ ଫେରିଛି । ୨୦୨୪ ଜୁନ୍‌ ୪ ତାରିଖ ଦିନ ଘୋଷଣା ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଅନୁସାରେ ବିଜେପି ସରକାର ଗଢିଥିଲା । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଢିଥିଲା । ୧୨ ଜୁନ୍‌ ୨୦୨୪ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଆଉ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା । ଆଉ କିଛି ଦିନ ପରେ ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ କରିବ । ଏଥିପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନା କରାଯାଇଛି । ଏହି କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ୟ୍ୟକ୍ରମ ରହିଛି । ତେବେ କେବେ ଓ କେତେବେଳେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

  • Garvita Odia

    Related Posts

    ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ

    ରାୟଗଡ଼ା: ଆଜି ସକାଳେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ବୃଦ୍ଧା ହେଲେ ରାୟଗଡ଼ା ସହର ଗାନ୍ଧୀ ନଗର ଦ୍ଵିତୀୟ ଲେନରେ ବାସ କରୁଥିବା କେ.ଭାରତୀ(୬୨)। ଭାରତୀ ରବିବାର ଭୋର୍…

    ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

    ଆଠଗଡ଼: କଟକ ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ଜଳ। ହୀରାକୁଦର ବନ୍ୟାଜଳ ପହଞ୍ଚିଲା କଟକ ମୁଣ୍ଡଳୀରେ। ହୀରାକୁଦରୁ ଆସୁଛି ଏହି ବନ୍ୟାଜଳ। ଆଜି ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀରୁ ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦରୁ…

    Leave a Reply

    Your email address will not be published. Required fields are marked *

    You Missed

    ଗାଡ଼ି ବ୍ୟାନ୍ ଉପରେ ନୂଆ ଫର୍ମୂଲା ଆଣିଲେ ମୁଖ୍ୟମନ୍ତ୍ରୀ

    ଗାଡ଼ି ବ୍ୟାନ୍ ଉପରେ ନୂଆ ଫର୍ମୂଲା ଆଣିଲେ ମୁଖ୍ୟମନ୍ତ୍ରୀ

    ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ

    ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ

    ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

    ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

    ମନ୍ କି ବାତ୍‌:ମୟୂରଭଞ୍ଜ ଓ କେନ୍ଦୁଝର କଥା କହିଲେ

    ମନ୍ କି ବାତ୍‌:ମୟୂରଭଞ୍ଜ  ଓ କେନ୍ଦୁଝର କଥା କହିଲେ

    ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

    ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

    ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ

    ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ