ବର୍ଷା ଗାଏବ ;ତାତିରେ ଅସ୍ତବ୍ୟସ୍ତ ରାଜ୍ୟ

ଭୁବନେଶ୍ୱର: ମୌସୁମୀ ଯାଇଛି ଯେ ଆଉ ଫେରୁନି । ବର୍ଷା ଗାଏବ । କାଁ ଭାଁ ଛିଞ୍ଚୁଛି । ବିସ୍ତୃତ ଅଞ୍ଚଳ ଶୁଖିଲା ପଡ଼ିଛି । ଗୁଳୁଗୁଳି ନାକେଦମ କରିଦେଲାଣି । ଆଗକୁ ଆହୁରି ସିଝାଇବ, ଛଟପଟ କରିବ । ରାଜ୍ୟରେ ଏବେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ବଢ଼ିବା ସହ ଗୁଳୁଗୁଳି ଜାରି ରହିବ ।

ପାଣିପାଗ ପୂର୍ବାନୁମାନ କହୁଛି, ଜୁନ୍‌ ୧୨ ଆଗରୁ ମୌସୁମୀ ଫେରିବା ସମ୍ଭାବନା କମ୍‌ । ଲଘୁଚାପ ହିଁ ଭରସା । ଯଦି ରଜ ବେଳକୁ ଲଘୁଚାପ ସୃଷ୍ଟି ହୁଏ, ତେବେ ଯାଇ ଓଡ଼ିଶାକୁ ମୌସୁମୀ ବର୍ଷା ଫେରିପାରେ । ପ୍ରତିଦିନ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ଆକଳନ କରାଯାଉଛି । ମାତ୍ର ବର୍ଷା ହେଉଛି କାଁ ଭାଁ । ଗୁରୁବାର ସକାଳରୁ ଅପରାହ୍ନ ସାଢ଼େ ୫ଟା ଭିତରେ ତାଳଚେରରେ ୩୨.୪ ମିଲିମିଟର, ଅନୁଗୁଳରେ ୩ ମିମି, ଛତ୍ରପୁରରେ ୩ ମିମି ବର୍ଷା ହୋଇଥିଲା । ବାକି ସବୁଠି ପାଗ ଶୁଖିଲା ଥିଲା । ଭୁବନେଶ୍ୱରରେ ପାଗ ଆଂଶିକ ମେଘୁଆ ଥିଲେ ବି ବର୍ଷା ଦେଖା ମିଳିଲାନି । ମେ ୨୯ରୁ ମୌସୁମୀ ଫେରାର । ଜୁନ୍‌ ୧୨ ଆଗରୁ ଫେରିବା ଆଶା କ୍ଷୀଣ । ତା’ ପରେ ବି ଆସିବା ନେଇ ଅନିଶ୍ଚିତତା ରହିଛି ।
ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୧୧ ତାରିଖ ଭିତରେ ରାଜ୍ୟରେ ବିଶେଷ ବର୍ଷା ନାହିଁ । ଦ୍ୱିତୀୟ ସପ୍ତାହର (୧୨ରୁ ୧୮ ତାରିଖ)ରେ ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ । ଯଦିଓ ଏହି ଅବଧି ଭିତରେ ପୂର୍ବ ଭାରତକୁ ମୌସୁମୀ ଅଗ୍ରସର କରିପାରେ । ଅନୁମାନ କରାଯାଉଛି, ଉତ୍ତର ଓ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୨ରୁ ୧୫ ତାରିଖ ଭିତରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ମାତ୍ର ତାହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା କମ୍‌ । ବିଶେଷଜ୍ଞଙ୍କ କହିବାନୁସାରେ ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବୀ ହେଲେ ହିଁ ମୌସୁମୀ ପୁଣି ସକ୍ରିୟ ହୋଇପାରିବ । ସେପର୍ୟ୍ୟନ୍ତ ମୌସୁମୀ ଫେରିବା ନେଇ ଅନିଶ୍ଚିତତା ରହିଛି ।

  • Garvita Odia

    Related Posts

    ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା

    ଭୁବନେଶ୍ବର: ବଡ଼ଦାଣ୍ଡରେ ବିକ୍ରି ହୋଇପାରିବନି ମଦ ଓ ଆମିଷ। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ କରାଯାଇଛି। ଏଥିସହ ଏହି ପରିସର ଭିତରେ ମଦ ଓ ଆମିଷ ବିକ୍ରି ଉପରେ ମଧ୍ୟ ସମ୍ପୂର୍ଣ୍ଣ…

    ଆସୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ଭୁବନେଶ୍ଵର: ଆସୁଛି ଲଘୁଚାପ। ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା ଦେଖା ଦେଇଛି । ରବିବାର ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

    Leave a Reply

    Your email address will not be published. Required fields are marked *

    You Missed

    ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା

    ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା

    ଆସୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ଆସୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବିଦ୍ୟୁତ ଆଘାତରେ 3 ଶ୍ରମିକ ମୃତ

    ବିଦ୍ୟୁତ ଆଘାତରେ 3 ଶ୍ରମିକ ମୃତ

    ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    ଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ:ପୃଥୀରାଜ

    ଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ:ପୃଥୀରାଜ

    ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ରାଜଧାନୀରେ ଗେଷ୍ଟ ହାଉସ୍

    ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ରାଜଧାନୀରେ ଗେଷ୍ଟ ହାଉସ୍