ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର : ଲୋକସେବା ଭବନରେ ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ରାଜ୍ୟରେ ଶିଳ୍ପର ବିକାଶ ନେଇ ଆଲୋଚନା ହୋଇଛି । ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଶିଳ୍ପ ସଚିବ ସାମିଲ ହୋଇଛନ୍ତି ।ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପପତିଙ୍କ ସହ ଆଲୋଚନା ହେଲା । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ୧୩ ଲକ୍ଷ କୋଟି ଟଙ୍କାର ଏମ୍‌ଓୟୁ ହୋଇଥିଲା । ଗ୍ରାଉଣ୍ଡ ବ୍ରେକିଂ ହୋଇଛି କି ନାହିଁ, ନା କେବଳ ଏମଓୟୁ ହେଉଛି ପୂର୍ବ ସରକାର ଭଳି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏମଓୟୁ ହେଲା ପରେ ଗ୍ରାଉଣ୍ଡ ବ୍ରେକିଂ କ୍ଷେତ୍ରରେ ବିଜେପି ସରକାର ସଫଳ ହୋଇଛି । ଖୋର୍ଦ୍ଧାରେ ୬ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ହୋଇଛି ଏବଂ ୩୦ ହାଜର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । କଳିଙ୍ଗ ନଗରରେ ଲକ୍ଷାଧିକ କୋଟି ଟଙ୍କାର ୧୪ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି । ଢେଙ୍କାନାଳରେ ଶିଳ୍ପ ପାଇଁ ଗ୍ରାଉଣ୍ଡ ବ୍ରେକିଂ ହେଲା । ଗଞ୍ଜାମ ଛତ୍ରପୁର ଠାରେ ୧୨ଟି କମ୍ପାନୀ ସହ ଏମଓୟୁ ସାଇନ୍ ହେଲା । ଉତ୍କର୍ଷ ଓଡ଼ିଶାର ମାତ୍ର ୪ ମାସ ଭିତରେ ୪ଟି ସ୍ଥାନରେ ୫୬ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇ ୧.୭୮ ଲକ୍ଷ କୋଟିର ପୁଞ୍ଜିନିବେଶ ଆସିଲା । ୧ ଲକ୍ଷ ୧୦ ହାଜର ଯୁବକ ପାଇବେ ରୋଜଗାର । ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ । ୫ ବର୍ଷ ଭିତରେ ଯାହା ହୋଇନଥିଲା, ଗୋଟିଏ ବର୍ଷ ଭିତରେ ହୋଇଛି । ଖଣି, ଧାତୁ, କେମିକାଲ, ବସ୍ତ୍ର, ଇଲେକ୍ଟ୍ରୋନିକ୍ସ, ପର୍ୟ୍ୟଟନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଶିଳ୍ପ କରିବା ପାଇଁ ଯୋଜନା ରହିଛି । ୨୦୩୬ ସମୃଦ୍ଧ ଓଡ଼ିଶା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଓଡ଼ିଶା ପାଇଁ ଭଲ ସମୟ ଆସୁଛି । ଶିଳ୍ପ ଭିତ୍ତିଭୂମି, ରେଳ, ରୋଡ଼ ଭିତ୍ତିଭୂମି, ୩ ବନ୍ଦରର କାପାସିଟି ବୃଦ୍ଧି, ଆଉ ୩ଟି ବନ୍ଦର ବିକଶିତ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ । କିଛି ଜେଟି ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଆଗାମୀ ୫ ବର୍ଷ ଭିତରେ ଲକ୍ଷ୍ୟ ଠାରୁ ବି ଅଧିକ କାମ ହେବ । ୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା ।

  • Garvita Odia

    Related Posts

    ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା

    ଭୁବନେଶ୍ବର: ବଡ଼ଦାଣ୍ଡରେ ବିକ୍ରି ହୋଇପାରିବନି ମଦ ଓ ଆମିଷ। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ କରାଯାଇଛି। ଏଥିସହ ଏହି ପରିସର ଭିତରେ ମଦ ଓ ଆମିଷ ବିକ୍ରି ଉପରେ ମଧ୍ୟ ସମ୍ପୂର୍ଣ୍ଣ…

    ଆସୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ଭୁବନେଶ୍ଵର: ଆସୁଛି ଲଘୁଚାପ। ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା ଦେଖା ଦେଇଛି । ରବିବାର ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

    Leave a Reply

    Your email address will not be published. Required fields are marked *

    You Missed

    ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା

    ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା

    ଆସୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ଆସୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବିଦ୍ୟୁତ ଆଘାତରେ 3 ଶ୍ରମିକ ମୃତ

    ବିଦ୍ୟୁତ ଆଘାତରେ 3 ଶ୍ରମିକ ମୃତ

    ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    ଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ:ପୃଥୀରାଜ

    ଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ:ପୃଥୀରାଜ

    ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ରାଜଧାନୀରେ ଗେଷ୍ଟ ହାଉସ୍

    ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ରାଜଧାନୀରେ ଗେଷ୍ଟ ହାଉସ୍