ଶୃଙ୍ଖଳିତ ଭାବେ ଅକ୍ଷତ ଗଲା ଟାହିଆ

ପୁରୀ : ପବିତ୍ର ଦିବ୍ୟ, ଭବ୍ୟ ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ପହଣ୍ଡି ଲୀଳା କରି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥର ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଟାହିଆ ଅକ୍ଷତ ରହିଛି। ପୂର୍ବରୁ ଠାକୁରଙ୍କ ଟାହିଆ ଖୋଲାଯିବ ପରେ ଟଣାଓଟରା କରି ସେବକମାନେ ନେଇ ଯାଉଥିବା ନଜିର ରହିଛି। କିନ୍ତୁ ଏଥର ସ୍ନାନଯାତ୍ରାରେ ଏଥିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପୂର୍ବାହ୍ନ ୯ଟା ୩୮ରେ ସ୍ନାନମଣ୍ଡପରୁ ଅକ୍ଷତ ଅବସ୍ଥାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ୨ଟି ଟାହିଆ ଶୃଙ୍ଖଳିତ ଭାବେ ଅକ୍ଷତ ଅବସ୍ଥାରେ ଫେରିଛି। ଟାହିଆକୁ ଶ୍ରୀମନ୍ଦିର କାର୍ୟ୍ୟାଳୟକୁ ନିଆଯାଇଛି।

ରତ୍ନବେଦୀ ଛାଡ଼ି ଭାଇ, ଭଉଣୀଙ୍କ ସହ ସ୍ନାନବେଦୀରେ ବିଜେ ହୋଇଛନ୍ତି ମହାପ୍ରଭୁ । ଧନୀ, ଗରିବ, ତପୀ, ପାପୀ, ଜାତି ଅଜାତିର ବାଛ ବିଚାର ନାହିଁ । ପତିତର ଦୁଃଖ ନିବାରଣ ପାଇଁ ବାହୁ ପ୍ରସାରି ଭକ୍ତଙ୍କୁ କୋଳେଇ ନେଇଛନ୍ତି ଭାବଗ୍ରାହୀ । ଜଗତକର୍ତ୍ତାଙ୍କୁ ସ୍ନାନବେଦୀରେ ଭକ୍ତ ଦର୍ଶନ କରିଛନ୍ତି । ଠାକୁରେ ମଧ୍ୟ ସେମାନଙ୍କୁ ଅପଲକ ନୟନରେ ଅଭୟ ପ୍ରଦାନ କରିଛନ୍ତି । ଦାରୁବ୍ରହ୍ମଙ୍କୁ ୧୦୮ କଳସୀ ସୁନା କୂଅ ଜଳ ଲାଗି ହେବ । ବିଳମ୍ବିତ ରାତି ପର୍ୟ୍ୟନ୍ତ ଗଜାନନ ବେଶରେ ଠାକୁରଙ୍କୁ ଦର୍ଶନ କରି ଧନ୍ୟ ହେବେ ଭକ୍ତ । ମର୍ତ୍ତ୍ୟମଣ୍ଡଳରେ ମଣିମାଙ୍କ ଏହି ଦିବ୍ୟଲୀଳା ଦେଖି କୃତ୍ୟକୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ସନ୍ଧ୍ୟା ସାଢେ ୭ରୁ ସାହାଣମେଲା ଦର୍ଶନ କରିବେ ଭକ୍ତ ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ