
ଭୁବନେଶ୍ବର: ନୂଆ ରୂପରେ ଡିସିପି ଅଫିସ । ବାଣୀବିହାରରେ ଡିସିପି ଅଫିସର ନୂଆ ବିଲ୍ଡିଂକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁଠି ରହିଛି ଅତ୍ୟାଧୁନିକ ସାଇବର ସେଲ ସହ ଇଣ୍ଟିଗ୍ରେଟେଡ ପୋଲିସ କଣ୍ଟ୍ରୋଲ ରୁମ୍, ପାସପୋର୍ଟ ସେଲ , ଲିଗାଲ ସେଲ , କନଫରେନ୍ସ ହଲ୍ ଓ ଟ୍ରେନିଂ ହଲ। ଯେଉଁଠି ଅପରେଟ ହେବ ସାରା ଭୁବନେଶ୍ୱରର କ୍ରାଇମ କଣ୍ଟ୍ରୋଲ ଓ ଲ ଆଣ୍ଡ ଅର୍ଡର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ କୋଠାର ଲୋକାର୍ପଣ କରିଛନ୍ତି ।
୨୨୭୨ ବର୍ଗମିଟର ଅଞ୍ଚଳରେ ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଚାରିମହଲା ବିଶିଷ୍ଟ ଏହି ନୂତନ ଡିସିପି ଅଫିସର କୋଠାଟି ନିର୍ମାଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ମାର୍ଚ୍ଚ ମାସରେ ୪୨ କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମିତ ୧୪ଟି ନୂତନ ଥାନା ଉଦ୍ଘାଟିତ ହୋଇଥିଲା । ତେବେ ଲୋକମାନଙ୍କୁ ଉତ୍କୃଷ୍ଟ ସେବା ନିମନ୍ତେ ରାଜ୍ୟ ସରକାର ଓ ଗୃହ ବିଭାଗ ଏନେଇ ବା ଭିନ୍ନ ପଦକ୍ଷେପ ନିଆଯାଉଛି।
ଏହି ଅବସରରେ ସବୁ ଥାନା ପାଇଁ ୬ଟି ଲେଖାଏଁ ବାଇକ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ୪୨୫ଟି ଗାଡି କମିଶନରେଟ ପୋଲିସ ଦ୍ବାରା ଶୁଭାରମ୍ଭ ପରେ ସେସବୁ ଗାଡି ସବୁ ଥାନାର ତଦନ୍ତକାରୀ ଅଫିସର ମାନଙ୍କୁ ଦିଆଯିବ । ଯାହାଦ୍ବାରା ସେମାନେ ତ୍ୱରିତ ଭାବେ ତଦନ୍ତ ରଖା ଉପଯୁକ୍ତ ନ୍ୟାୟ ପ୍ରଦାନରେ ସହାୟକ ହେବେ।








