
ପୁରୀ : ଭକ୍ତିମୟ ଶ୍ରୀକ୍ଷେତ୍ର, ଲୋକାରଣ୍ୟ ବଡ଼ଦାଣ୍ଡ । ଜୟ ଜଗନ୍ନାଥ, ହରିବୋଲରେ କମ୍ପୁଛି ଚତୁର୍ଦ୍ଦିଗ । ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଦର୍ଶନ କରି କୃତ କୃତ ହୋଇଛନ୍ତି ହଜାର ହଜାର ଭକ୍ତ ।
ଦାରୁଦିଅଁଙ୍କର ହେଲା ଦିବ୍ୟସ୍ନାନ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ । ବଡ଼ଦାଣ୍ଡରେ ଦର୍ଶନ କଲେ ହଜାର ହଜାର ଭକ୍ତ । ସ୍ନାନ କରିବା ପରେ ଭକ୍ତଜନଙ୍କୁ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କୁ ହାତୀ ବେଶରେ ଦର୍ଶନ କରିବା ପାଇଁ ଭକ୍ତିମୟ ହୋଇଉଠିଛି ଶ୍ରୀକ୍ଷେତ୍ର । ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ ।








