ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି: ମୋଦୀ

ଭୁବନେଶ୍ବର: ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି। ଆଜି ବିକାଶର ଆଧାର ହୋଇପାରିଛି। ଭାରତର ବିକାଶରେ ଓଡ଼ିଶାର ଭୂମିକା ଅତୁଳନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏହା କହିଛନ୍ତି। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋହନ ମାଝୀଙ୍କ ସରକାର କୋଟିକୋଟି ଭକ୍ତମାନଙ୍କର ନିବେଦନ ରଖିଛନ୍ତି। ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିଛି। ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି। ଏହା କୋଟିକୋଟି ଭକ୍ତଙ୍କର ଆଶା ଥିଲା। ଆପଣମାନଙ୍କର ଭଲ ପାଇବା ଓ ମହାପ୍ରଭୁଙ୍କ ଭକ୍ତି ଏଠାକୁ ଟାଣିଆଣିଛି। ଜୁନ ୨୦ ଏକ ସ୍ବତନ୍ତ୍ର ଦିନ। ରାଜ୍ୟର ବିଜେପି ସରକାର ଏକ ବର୍ଷ ସଫଳତାର ସହିତ ପୂରା କରିଛି। ଏହା କେବଳ ସରକାରଙ୍କ ନୁହେଁ। ଏହା ସୁଶାସନର ଏକ ବର୍ଷ ପୂର୍ତ୍ତି। ଜନସେବା ଓ ଜନ ବିଶ୍ବାସକୁ ସମର୍ପଣର ବର୍ଷ।
ଲୋକେ କଂଗ୍ରେସର ମଡେଲ ଦେଖିଛନ୍ତି। କଂଗ୍ରେସ ମଡେଲରେ ସୁଶାସନ ନଥିଲା। ବିକାଶ ପ୍ରକଳ୍ପକୁ ଅଟକାଇବା, ଦୁର୍ନୀତିକୁ ପ୍ରଶୟ ଦେବା କଂଗ୍ରେସର ମଡେଲ ଥିଲା। ବିଗତ ଏକ ଦଶନ୍ଧିରେ ବିଜେପି ତାର ମଡେଲ ଦେଖାଇଛି। ଆମର ଓଡ଼ିଶା ଅନେକ ସମସ୍ୟାର ସହିତ ଲଢ଼େଇ କରିଛି। ଗରିବୀରୁ ମୁକୁଳିପାରୁ ନଥିଲା। କୃଷି ଭିତ୍ତିଭୂମି ନିମ୍ନସ୍ତରକୁ ଯାଇଥିଲା। ବିଗତ ୧ ବର୍ଷ ମଧ୍ୟରେ ବିଜେପି ସରକାର ମଜବୁତସ୍ତରରେ କାମ କରିଛି। ବିକାଶର ଡବଲ ଇଂଜିନ ଏଠାରେ ଚାଲିଛି। ଆଜି ହଜାର ହଜାର କୋଟିର ଶିଳାନ୍ୟାସ କରାଯାଇଛି। ଏହା ଡବଲ ଇଞ୍ଜିନର ଛାପ। ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କର କ୍ୟାବିନେଟର ମନ୍ତ୍ରୀଗଣଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଟିମ୍ ବିଗତ ଏକ ବର୍ଷ ମଧ୍ୟରେ ଭଲ କାମ କରିଛି।
ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆପଣଙ୍କ ହାତରେ ଏହି ଦେଶ ସୁରକ୍ଷିତ ଅଛି। ଅପରେସନ ସିନ୍ଦୂର କେବଳ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ନୁହେଁ। ବରଂ ଏହା ହେଉଛି ନୂଆ ଭାରତର ବଳ। ଆଗରୁ ଲୋକେ କହୁଥିଲେ ମୋଦୀ ଅଛନ୍ତି, ସବୁ ସମ୍ଭବ। ଆଜି ପୂରା ଦେଶ କହୁଛି, ମୋଦୀ ଥିଲେ ଦେଶ ସୁରକ୍ଷିତ। ଆପଣଙ୍କର ନେତୃତ୍ବରେ ଦେଶ ବିକାଶ ଦିଗରେ ଅଗ୍ରସର ହେଉଛି।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ