
ଭୁବନେଶ୍ୱର: ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳକୁ ଗସ୍ତ କଲା ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି । ୪ ଦିନିଆ ଗସ୍ତରେ ଆସିଥିବା ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟିର ଆବାହକ ଓ ସଦସ୍ୟଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସ ଶନିବାର ସକାଳ ୯ଟା ୩୦ରେ କଂଗ୍ରେସ ଭବନରୁ ବାହାରି ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି ।
ଏହି କମିଟିରେ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ଦିପା ଦାସମୁନସୀ ଆବାହକ ଥିବା ବେଳେ, ସାଂସଦ ରଞ୍ଜିତ ରଞ୍ଜନ, ପ୍ରଣିତୀ ସିନ୍ଦେ, ଏସ ଯୋଥୁମନି ଓ ପୂର୍ତନ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶୋଭା ଓଝା ରହିଛନ୍ତି । କମିଟି ଶନିବାରରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛି । କମିଟି ଗସ୍ତ କରିବା ପରେ ସବିଶେଷ ତଥ୍ୟ ସହ ଏଆଇସିସିକୁ ରିପୋର୍ଟ ଦାଖଲ କରିବ।