ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଆଉ ମାତ୍ର ଚାରି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏ ନେଇ ଆଜି ପୁରୀରେ ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୃଙ୍ଖଳିତ ରଥଯାତ୍ରା ନେଇ ଆଜି ବସିଛି ତୃତୀୟ ବା ଶେଷ ରଥ ସମନ୍ବୟ ବୈଠକ । ଦିନ ୧୧ଟାରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ ।

ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଆଲୋଚନା ହୋଇଛି । ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା ନେଇ ବୈଠକରେ ସମୀକ୍ଷା କରାଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ଉପମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

  • Garvita Odia

    Related Posts

    ବନ୍ୟା ସ୍ଥିତି ନେଇ ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

    ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଜ୍ୟର ନଦୀଗୁଡ଼ିକରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ଭିସି ଚ୍ୟାମ୍ବରରେ ରାଜ୍ୟରେ ବନ୍ୟାସ୍ଥିତି ନେଇ ସମୀକ୍ଷା ବୈଠକରେ କହିଛନ୍ତି, ରାଜ୍ୟର ବିଭିନ୍ନ ନଦୀରସ୍ଥିତି ଉପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ…

    ଚାଷୀ ପଞ୍ଜୀକରଣ ନେଇ ଏହା କହିଲେ ମନ୍ତ୍ରୀ

    ଭୁବନେଶ୍ବର: ଖରିଫ ଚାଷ ପାଇଁ ଚାଷୀମନଙ୍କ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀ ପଞ୍ଜୀକରଣ ଲାଗି ଶେଷ ତାରିଖ ଅଗଷ୍ଟ ୨୦ ତାରିଖ ପର୍ୟ୍ୟନ୍ତ ରହିଛି। ଯଦି କିଛି ଅଭିଯୋଗ ଆସେ…

    Leave a Reply

    Your email address will not be published. Required fields are marked *

    You Missed

    ଅର୍ଚ୍ଚନା ନାଗ ମୋତେ ଫସାଇ ଦେଇଛନ୍ତି:ଅମରେଶ

    ଅର୍ଚ୍ଚନା ନାଗ ମୋତେ ଫସାଇ ଦେଇଛନ୍ତି:ଅମରେଶ

    ଝାରପଡ଼ା ଜେଲ୍‌ ଗଲେ ଅମରେଶ ଜେନା

    ଝାରପଡ଼ା ଜେଲ୍‌ ଗଲେ ଅମରେଶ ଜେନା

    ୯ ହଜାର ଔଷଧର କ୍ବାଲିଟି ଖରାପ

    ୯ ହଜାର ଔଷଧର କ୍ବାଲିଟି ଖରାପ

    କମ୍ପାନୀଙ୍କୁ ମିଳିବନି ବ୍ୟାଙ୍କିଙ୍ଗ୍‌ ଲାଇସେନ୍ସ:ଆର୍‌ବିଆଇ ଗଭର୍ଣ୍ଣର

    କମ୍ପାନୀଙ୍କୁ ମିଳିବନି ବ୍ୟାଙ୍କିଙ୍ଗ୍‌ ଲାଇସେନ୍ସ:ଆର୍‌ବିଆଇ ଗଭର୍ଣ୍ଣର