
ଭୁବନେଶ୍ବର: ଖରିଫ ଚାଷ ପାଇଁ ଚାଷୀମନଙ୍କ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀ ପଞ୍ଜୀକରଣ ଲାଗି ଶେଷ ତାରିଖ ଅଗଷ୍ଟ ୨୦ ତାରିଖ ପର୍ୟ୍ୟନ୍ତ ରହିଛି। ଯଦି କିଛି ଅଭିଯୋଗ ଆସେ ସର୍ଭର ଡାଉନ କାରଣରୁ ପଞ୍ଜୀକରଣ ହୋଇପାରୁନାହିଁ ତେବେ ସମୟସୀମା ବୃଦ୍ଧି କରିବେ ସରକାର। ପଞ୍ଜୀକରଣ ଲାଗି ସମସ୍ୟାର ସମାଧାନ କରିଦିଆଯାଇଛି। ଯେଉଁ ଚାଷୀମାନଙ୍କର ରେକର୍ଡ ବାପା, ଜେଜବାପାଙ୍କ ନାମରେ ଥିବ ସେମାନେ ଅଣ୍ଡରଟେକିଙ୍ଗ ଫର୍ମ ଦାଖଲ କରି ପଞ୍ଜୀକରଣ କରିପାରିବେ।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଚାଷୀ ଆନ୍ଦୋଳନର କୌଣସି କାରଣ ନାହିଁ। ସରକାର ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି। ଏ ସରକାରରେ ଚାଷୀଙ୍କର କୌଣସି ଅସୁବିଧା କରାଯିବ ନାହିଁ। ଯେଉଁମାନେ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବେ ସେମାନେ ନିରାଶ ହେବେ।




