ଭାରତକୁ ସହିପାରୁନି ଆମେରିକା, ଆମ ରାଜ୍ୟ ସୁରକ୍ଷିତ: ଆଇନମନ୍ତ୍ରୀ

ପୁରୀ: “ଭାରତ ଆର୍ଥିକ ସ୍ତରରେ ଅତ୍ୟନ୍ତ ଉଚ୍ଚ ସ୍ତରକୁ ଯିବାକୁ ଆରମ୍ଭ କରିଛି । ଆମେ ଚତୁର୍ଥ ବୃହତମ ଅର୍ଥନୀତି । ଏକଥାକୁ ହଜମ କରିପାରୁନାହାଁନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେ ଆଉ ଗୋଟିଏ ବର୍ଷ ପରେ ବିଶ୍ୱର ୩ୟ ଅର୍ଥନୀତି ସ୍ଥାନରେ ପହଞ୍ଚିବାକୁ । ବର୍ତ୍ତମାନ ଏହି କଥାକୁ ବିଶ୍ୱସ୍ତରରେ କିଛି ଦେଶ ଯିଏ ନିଜକୁ ବିକାଶିତ ରାଷ୍ଟ୍ର ବୋଲି ବିବେଚନା କରୁଛନ୍ତି ସେମାନେ ଭାରତର ଉନ୍ନତିକୁ ଗ୍ରହଣ କରିପାରୁନାହାଁନ୍ତି । ବିଶ୍ୱସ୍ତରରେ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ଆରମ୍ଭ ହୋଇଛି । ଆମେରିକାରେ ଦଙ୍ଗା ହେଉଛି । ଆମେରିକାରେ ମହିଳାଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଛି । ଆମେରିକାରେ ଆଇନଶୃଙ୍ଖଳା ଠିକ୍ ନାହିଁ । ତାକୁ ସମ୍ଭାଳିବାର ଦମ୍ଭ ଟ୍ରମ୍ପଙ୍କ ପାଖରେ ନାହିଁ ।
ଓଡିଶାରେ କଣ ହେଲା କି ଭାରତ ବର୍ଷର ୬ଟା ରାଜ୍ୟରେ କଣ ହେଲା ସେଥିପ୍ରତି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ବାହାରର କୌଣସି ଶକ୍ତି ଏ ବିବାଦରେ ମୁଣ୍ଡ ନପୁରାନ୍ତୁ । ବୈଦେଶିକ ବ୍ୟାପାର ବିଭାଗ କୂଟନୈତିକ ସ୍ତରରେ ଏହାକୁ ବିଚାର କରିବେ । ଓଡିଶାରେ କୌଣସି ଅପରାଧ ଘଟିଲେ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଆମେ ଦୋଷୀକୁ ଗିରଫ କରୁଛୁ । ମହିଳା ସୁରକ୍ଷା ବା ଅପରାଧ ଦିଗରେ ଆମେ ଓଡିଶାରେ ୬ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବୁ । ଯାହା ଫଳରେ କୌଣସି ମହିଳା ବିରୋଧରେ କୌଣସି ଅପରାଧ ହେଲେ ମାସକ ମଧ୍ୟରେ ମାମଲାର ଫୈସଲା ହେବ ଏବଂ ମହିଳା ଜଣଙ୍କୁ ନ୍ୟାୟ ପ୍ରଦାନ କରାଯିବ,” ବୋଲି ଆମେରିକାର ଭାରତ ଯାତ୍ରା ସମ୍ପର୍କିତ ପରାମର୍ଶ ଜାରି ପରେ ବୟାନରେ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

  • Related Posts

    ମୋଦି ସରକାର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି:ରାହୁଲ

    ‘ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।’ ଆଜି ଏଭଳି କିଛି କହି ମୁଖ୍ୟ…

    Continue reading
    ଏବିଭିପିର ବଡ଼ ସଫଳତା, ୬୦ ମହାବିଦ୍ୟାଳୟର ୨୫୨ ପଦବୀରେ ନିର୍ଦ୍ୱନ୍ଦ୍ୱରେ ବିଜୟ

    ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟର ୬୦ଟି ମହାବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ୨୫୨ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ