ଗୌତମ ଗମ୍ଭିରଙ୍କୁ ମିଳିଲା ଆଶ୍ୱସ୍ତି: ହାଇ କୋର୍ଟ

ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରହିଥିବା ଗୌତମ ଗମ୍ଭୀରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଏକ ଠକେଇ ମାମଲାରେ ସାମୟିକ ସୁରକ୍ଷା ଦେଇଛନ୍ତି।
ଗମ୍ଭୀର ଓ ଆଉ କିଛି ଲୋକ ଘର କିଣିବାକୁ ଚାହୁଁଥିବା ଉପଭୋକ୍ତାଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତାଙ୍କ ବିରୋଧରେ ତଦନ୍ତ ଜାରି ରଖିବାକୁ ତଳ କୋର୍ଟ ରାୟ ଦେଇଥିଲେ। କିନ୍ତୁ ଆଜି ହାଇକୋର୍ଟ ଗମ୍ଭୀରଙ୍କ ବିରୋଧରେ ଜାରି ହୋଇଥିବା ରାୟ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି।
ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ କୁମାର ଓହରି ଏପରି ରୁଲିଂ ଦେବା ସହ ଗମ୍ଭୀରଙ୍କ ଚ୍ୟାଲେଞ୍ଜ ଉପରେ ଜବାବ ରଖିବାକୁ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ଦିଲ୍ଲୀ ସରକାର ଜବାବ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଗମ୍ଭୀରଙ୍କ ବିରୋଧରେ ଆସିଥିବା ଠକେଇ ଅଭିଯୋଗରୁ ତାଙ୍କୁ ମୁକ୍ତ କରିବା ପାଇଁ ପ୍ରଥମେ ମାଜିଷ୍ଟ୍ରେଟ ଅର୍ଡର ଦେଇଥିଲେ।

କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେସନ୍ସ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଅକ୍ଟୋବର ୨୯ରେ ସେସନ୍ସ କୋର୍ଟ କହିଥିଲେ ଯେ “ଅଭିଯୋଗରେ ସାଂଘାତିକ କଥା କୁହାଯାଇଛି। ଏହାର ଅଧିକ ତଦନ୍ତ ହେବା ଦରକାର। ଏହାଦ୍ୱାରା ଗୌତମ ଗମ୍ଭୀରଙ୍କ ଭୂମିକା ସମ୍ପର୍କରେ ଜଣାପଡ଼ିବ।”

ତେବେ ହାଇକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ବିସ୍ତୃତ ରାୟ ପ୍ରକାଶ ପାଇବ ବୋଲି କହିଛନ୍ତି। ଏବେ ମାମଲା ମାଜିଷ୍ଟ୍ରେଟ କୋର୍ଟକୁ ଫେରିଛି। କୋର୍ଟ ନୂଆ ତଥା ବିସ୍ତୃତ ଅର୍ଡର ଜାରି କରିବେ।

ରିୟଲ ଇଷ୍ଟେଟ କମ୍ପାନି ରୁଦ୍ର ବିଲ୍ଡୱେଲ ରିୟଲିଟୀ ପ୍ରାଇଭେଟ ଲିଃ, ଏଚ୍‌ଆର ଇନଫ୍ରାସିଟୀ ପ୍ରାଇଭେଟ ଲିଃ, ୟୁଏମ ଆର୍ଟିଟେକଚର ଓ କଣ୍ଟ୍ରାକ୍ଟର୍ସ ଲିଃ ସହ ଗମ୍ଭୀରଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ଏହି କମ୍ପାନୀଗୁଡ଼ିକର ମିଳିତ ପ୍ରକଳ୍ପରେ ଗମ୍ଭୀର ନିର୍ଦ୍ଦେଶକ ସହ ବ୍ରାଣ୍ଡ ଆମ୍ବାସାଡାର ଭାବେ କାମ କରୁଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Related Posts

ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

Continue reading
ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ