ବଦଳିଲେ ୪୯ ଆଇଏଏସ

ଭୁବନେଶ୍ବର: ମୋହନ ସରକାର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । 49 ଜଣ ଆଇଏଏସ ଓ ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ ହୋଇଛି । ଭୁବନେଶ୍ୱର ମହାନଗର ନିଗମ କମିଶନଙ୍କ ସହ 15 ଜିଲ୍ଲାପାଳଙ୍କର ବଦଳି ହୋଇଛି । କିଛି ଦିନ ପୂର୍ବରୁ ପୁରୀ ଜିଲ୍ଲାପାଳ ଭାବରେ ଦାୟିତ୍ବ ନେଇଥିବା ଆଇଏଏସ ଚଞ୍ଚଳ ରାଣାଙ୍କୁ ବିଏମସିର ନୂଆ କମିଶନର ଭାବରେ ଦାୟିତ୍ବ ଦିଆଯାଇଛି । ହେମନ୍ତ କୁମାର ଶର୍ମାଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ରାଜ୍ୟପାଳଙ୍କ ସଚିବ ଭାବେ ରୂପା ରୋସନ ସାହୁଙ୍କର ପାୱାର କରିଡ଼ରକୁ କମବ୍ୟାକ ହୋଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ 1995 ବ୍ୟାଚର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ହେମନ୍ତ ଶର୍ମା । ପୂର୍ବ ଭଳି ସେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇପିକଲ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି 1997 ବ୍ୟାଚର ଅଫିସର ସଞ୍ଜୀବ କୁମାର ମିଶ୍ର । ଇଡ଼କୋ ଅଧ୍ୟକ୍ଷ ଭାବେ ସେ ଅତିରିକ୍ତ ଦାୟିତ୍ୱରେ ରହିବେ । ପୂର୍ବରୁ ସେ ଓଡ଼ିଆ, ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ସହ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଦାୟିତ୍ୱରେ ଥିଲେ । ସେହିପରି ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଦାୟିତ୍ୱରେ ନିଯୁକ୍ତି ପାଇବା ପରେ ଅର୍ଥ ବିଭାଗ ଦାୟିତ୍ୱ ପାଇଁ ଅଫିସର ଖୋଜୁଥିଲେ ସରକାର ।
ବଦଳିଛନ୍ତି ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ତଥା 1999 ବ୍ୟାଚର ଅଫିସର ଏନବିଏସ ରାଜପୁତ । ପୂର୍ବରୁ ଅତିରିକ୍ତ ଦାୟିତ୍ୱ ରଖିଥିବା ସାର୍ବଜନୀନ ଉଦ୍ୟୋଗ ବିଭାଗରେ ତାଙ୍କୁ ପୂର୍ଣ୍ଣକାଳୀନ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଏହା ସହିତ ସେ ଓଏସଆରଟିସିର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ହୋଇଛନ୍ତି 2006 ବ୍ୟାଚର ଅଫିସର ରୂପା ରୋସନ ସାହୁ । ନବୀନ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହୁଥିବା ରୂପା ରୋସନଙ୍କୁ ମୋହନ ସରକାର ପାୱାର କରିଡ଼ର ବାହାରକୁ ପଠାଇଥିଲେ । ନବୀନ ସରକାରର ତତ୍କାଳୀନ କ୍ଷମତା କେନ୍ଦ୍ରର ନିକଟତର ଥିବା ରୂପା ରୋସନଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନୂଆ ସରକାର ଗଠନ ହେବା ପରେ ପଠେଇଥିଲେ । ନୂଆ ସରକାର ସହ ନୂଆ ସମୀକରଣ ସୃଷ୍ଟି ହୋଇଥିବାରୁ ପାୱାର କରିଡରକୁ ରୂପା ରୋସନଙ୍କର କମବ୍ୟାକ ହୋଇଥିବା କୁହାଯାଉଛି ।
1999 ବ୍ୟାଚର ଅଫିସର ଭାସ୍କର ଜ୍ୟୋତି ଶର୍ମା ହୋଇଛନ୍ତି ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ । ଗୁହା ପୁନମ ତାପସ କୁମାରଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଏହା ସହ ଭାସ୍କର ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ସେହିପରି ଯାଜପୁର ଜିଲ୍ଲାପାଳ ଥିବା ପି ଅନ୍ୱେଶା ରେଡ୍ଡୀଙ୍କୁ ଅବକାରୀ କମିଶନ ଭାବେ ନୂଆ ନିଯୁକ୍ତି ମିଳିଛି । ନବୀନ ସରକାରର ଗୁଡ଼ବୁକରେ ଥିବା ଆଉ ଜଣେ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର କମିଶନର ତଥା ସଚିବ ହୋଇଛନ୍ତି 2007 ବ୍ୟାଚର ସଚିନ ରାମଚନ୍ଦ୍ର ଯାଦବ । ଏହା ସହ ସେ ପୂର୍ବଭଳି ପଶ୍ଚିମାଞ୍ଚଳ ଆରଡ଼ିସି ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ କାର୍ଯ୍ୟ କରିବେ ।
2008 ବ୍ୟାଚର ଆଇଏଏସ ଭୁପେନ୍ଦ୍ର ସିଂ ପୁନିଆ ହୋଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ । ସେ ଇପିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । କେନ୍ଦ୍ରାଞ୍ଚଳ ଆରଡିସି ଥିବା ବି ପରମେଶ୍ବରଙ୍କର ପାୱାର କରିଡ଼ରକୁ ରିଟର୍ଣ୍ଣ ହୋଇଛି । ସେ ଏସଟି ଏବଂ ଏସି ଉନ୍ନୟନ ଓ ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କମିଶନର ତଥା ସଚିବ ଭାବେ 2008 ବ୍ୟାଚର ଏହି ଅଫିସରଙ୍କୁ ନିଯୁକ୍ତି ମିଳିଛି । 2008 ବ୍ୟାଚର ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ସେ ପୂର୍ବ ଭଳି ହସ୍ତତନ୍ତ, ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଭାବେ କାର୍ଯ୍ୟ କରିବେ । ଏମଏସଏମଇ ବିଭାଗର ଶାସନ ସଚିବ ହୋଇଛନ୍ତି 2009 ବ୍ୟାଚର ପ୍ରଶାନ୍ଥ କୁମାର ରେଡ୍ଡୀ । ଇଡ଼କୋ ଏମଡି ଭାବେ ସେ ଅତିରିକ୍ତ ଦାୟିତ୍ୱରେ ରହିବେ । ଫ୍ୟାକ୍ଟ୍ରି ଏବଂ ବୟେଲରସ ଇନ୍ସପେକ୍ଟର ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠୀ ।

ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ହୋଇଛନ୍ତି 2012 ବ୍ୟାଚର ଆଇଏଏସ ମନିଷ ଅଗ୍ରୱାଲ । ସେ ଯୋଜନା ଏବଂ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଦକ୍ଷିଣାଞ୍ଚଳ ଆରଡିସି ଭାବେ ନୂଆ ନିଯୁକ୍ତି ପାଇଛନ୍ତି ସଂଗ୍ରାମ କେଶରୀ ମହାପାତ୍ର । ଓଏସବିସିଏଲର ଏମଡି ଭାବେ ଅତିରିକ୍ତ ଦାଇତ୍ୱ ତୁଲାଇବେ ଦେବେନ କୁମାର ପ୍ରଧାନ । ଗଜପତି ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ଥିବା ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି । ରଘୁରାମ ଆର ଆୟାର କେନ୍ଦ୍ରାପଡାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ।
ମାସ ମଧ୍ୟରେ ପୁଣି ଥରେ ବଦଳିଛନ୍ତି ପୁରୀ ଜିଲ୍ଲାପାଳ । ରଥଯାତ୍ରା ଅଘଟଣ ପରେ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ 2014 ବ୍ୟାଚର ଚଞ୍ଚଳ ରାଣା । ଖୋର୍ଦ୍ଧାରୁ ରାତାରାତି ନେଇ ତାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦେଇଥିଲେ ସରକାର । ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳଙ୍କୁ ଏଥର ଭୁବନେଶ୍ୱର ମହାନଗର ନିଗମ ଦାୟିତ୍ୱ ଦେଇଛନ୍ତି ସରକାର । ରଥଯାତ୍ରା ସୁରୁଖୁରରେ ସରିବା ପରେ ଚଞ୍ଚଳଙ୍କୁ ଆଉ ଏକ ଗୁରୁଦାୟିତ୍ବ ଦେଇଛନ୍ତି ସରକାର । ରାଜେଶ ପ୍ରଭାକର ପାଟିଲ ଏବେ ଏହି ଦାୟିତ୍ବରେ ଅଛନ୍ତି । 2014 ବ୍ୟାଚର ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ପଞ୍ଚାୟତିରାଜ ଏବଂ ପାନୀୟ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । 2014 ବ୍ୟାଚର ଚକ୍ରବର୍ତ୍ତୀ ସିଂ ରାଠୋଡଙ୍କୁ ଦକ୍ଷତା ବିକାଶ ଏବଂ ତାଲିମର ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଛି ।
ଡାକ୍ତର ୟେଦୁଲା ବିଜୟଙ୍କୁ କ୍ରୀଡା ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ସେହିପରି ନିୟତି ପଟ୍ଟନାୟକଙ୍କୁ ଏଚଏସଇର ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଛି । ରାୟଗଡା ଜିଲ୍ଲାପାଳ ଥିବା 2015 ବ୍ୟାଚର ପାରୁଲ ପଟୱାରୀଙ୍କୁ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବେ ପଦୋନ୍ନତି ମିଳିଛି । ଝାରସୁଗୁଡା ଜିଲ୍ଲାପାଳ ଥିବା ଅବୋଲି ସୁନୀଲ ନରବଣେ ହୋଇଛନ୍ତି ଶିଳ୍ପ ନିର୍ଦ୍ଦେଶକ । କନ୍ଧମାଳ ଜିଲ୍ଲାପାଳ ଥିବା 2015 ବ୍ୟାଚର ଅମ୍ରିତ ଋତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ମଧୁସ୍ମିତା ରଥ । ଗଞ୍ଜାମ ଜିଲ୍ଲାପାଳ ଥିବା 2016 ବ୍ୟାଚର ଦିବ୍ୟଜ୍ୟୋଜି ପରିଡାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ଦିଆଯାଇଛି ।
ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି, ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼, ଆଶିଷ ଈଶ୍ବର ପାଟିଲଙ୍କୁ ଢେଙ୍କାନାଳ, କୀର୍ତ୍ତି ଭାସନ ଭି ଗଞ୍ଜାମ, ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ, ବେଦଭୂଷଣଙ୍କୁ କନ୍ଧମାଳ, କୁଲକର୍ଣ୍ଣି ଆଶୁତୋଷ ସିଂଙ୍କୁ ରାୟଗଡ଼ା, ମଧୁସ୍ମିତାଙ୍କୁ ଗଜପତି ଜିଲ୍ଲାପାଳ, ଚୌହାନ କୁନାଲ ମୋତିରାମଙ୍କୁ ଝାରସୁଗୁଡ଼ା ଓ ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି । 2021 ବ୍ୟାଚର କିରଣଦୀପ କୌର ସହୋଟା ହୋଇଛନ୍ତି କଟକ ମହାନଗର ନିଗମ କମିଶନ । 2021 ବ୍ୟାଚର ରେହାନ ଖତ୍ରୀ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ ନୂଆ ନିଯୁକ୍ତି ପାଇଛନ୍ତି । ସେହିପରି ନୃପରାଜ ସାହୁଙ୍କୁ ସୁବର୍ଣ୍ଣପୁର, ମହେଶ୍ବର ସ୍ବାଇଁଙ୍କୁ ନବରଙ୍ଗପୁର, ଅମ୍ବର କୁମାର କରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି ।

  • Related Posts

    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading
    ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଆଜି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାବାସୀଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ