ସମୀର ସାହୁଙ୍କ ଜାମିନ ନାମଞ୍ଜୁର

ବାଲେଶ୍ୱର: ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଆବେଦନକୁ ଶୁକ୍ରବାର ପୁଣି ନାମଞ୍ଜୁର କରିଛନ୍ତି ବାଲେଶ୍ବର ଏସ୍‌ଡିଜେଏମ। ତାଙ୍କର ବିଚାର ବିଭାଗ ହେପାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି ଜଜ୍‌। ସିଟି ୪୯୮/୨୦୨୫ ନଂ ମାମଲାରେ ଅଭିଯୁକ୍ତ ଶ୍ରୀ ସାହୁଙ୍କ ପକ୍ଷରୁ ଓକିଲ ଶ୍ରୀବତ୍ସ ନାୟକ ଜାମିନ ଆବେଦନ କରିଥିଲେ। ଅନ୍ୟ ପକ୍ଷରେ ବାଲେଶ୍ବର ଜିଲା କାରାଗାରରେ ଥାଇ ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁ ଓ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ ଘୋଷ ଆଜି ଅପରାହ୍ଣ ୩ଟାରୁ ସାଢ଼େ ତିନିଟା ପର୍ୟ୍ୟନ୍ତ ଭିଡିଓ କନ୍‌ଫ‌େରନସିଂ ମାଧ୍ୟମରେ ଅଦାଲତରେ ହାଜର ହୋଇଥିଲେ। ଏସ୍‌ଡିଜେଏମ କିଶୋର କୁମାର ନାଥ ଜାମିନ ଆବେଦନ ନାମଞ୍ଜୁର କରିବା ସହ ଆସନ୍ତା ଅଗଷ୍ଟ ୬ ତାରିଖକୁ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରିଛନ୍ତି। ଫଳରେ ଅଧ୍ୟାପକ ଶ୍ରୀ ସାହୁଙ୍କ ବିଚାର ବିଭାଗ ହେପାଜତ ଅବଧି ଆଉ ୧୪ ଦିନ ବଢ଼ାଇ ଦିଆଯାଇଛି।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ