ମନ୍ କି ବାତ୍‌:ମୟୂରଭଞ୍ଜ ଓ କେନ୍ଦୁଝର କଥା କହିଲେ

ନୂଆଦିଲ୍ଲୀ: ରେଡ଼ିଓ କାର୍ୟ୍ୟକ୍ରମ ମନ୍ କି ବାତ୍‌ର ୧୨୪ତମ ସଂସ୍କରଣରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୧୦ତମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ମହାକାଶରେ ଶୁଭାଂଶୁ ଶୁକ୍ଳାଙ୍କ ସଫଳତାକୁ ନେଇ ମନ୍‌ କି ବାତରେ କହିଛନ୍ତି । ଏହା ସହିତ ଓଡ଼ିଶାର ମୟୂରଭଞ୍ଜର ସାନ୍ତାଳୀ ଶାଢୀ ଓ କେନ୍ଦୁଝରର ‘ରାଧା କୃଷ୍ଣ ସଂକୀର୍ତ୍ତନ’ ସଫଳତା ବିଷୟରେ କହିଛନ୍ତି । କ୍ରୀଡ଼ା, ବିଜ୍ଞାନ ଓ ସଂସ୍କୃତିରେ ଭାରତ ହାସଲ କରଥିବା ସଫଳତା ବିଷୟରେ ବଖାଣିଛନ୍ତି ।

୧୨୪ତମ ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “୧୯୦୫ ଅଗଷ୍ଟ ୭ ତାରିଖରେ ଏକ ନୂତନ ବିପ୍ଳବ ଆରମ୍ଭ ହୋଇଥିଲା । ସ୍ୱଦେଶୀ ଆନ୍ଦୋଳନ ସ୍ଥାନୀୟ ଉତ୍ପାଦ, ବିଶେଷକରି ହସ୍ତତନ୍ତରେ ନୂତନ ଶକ୍ତି ସଞ୍ଚାର କରିଥିଲା । ଏହି ସ୍ମୃତିରେ, ଦେଶ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିଥାଏ । ବୟନ ଶିଳ୍ପ ଦେଶର ଏକ ଶକ୍ତି ପାଲଟିଛି । ମହାରାଷ୍ଟ୍ରର ପାଇଥାନ ଗାଁର କବିତା ଧାୱାଲେ ପୂର୍ବରୁ ଏକ ଛୋଟ କୋଠରୀରେ କାମ କରୁଥିଲେ। ଯେଉଁଠି କିଛି ସୁବିଧା ନଥିଲା । ପରବତ୍ତୀ ସମୟରେ ସରକାରଙ୍କ ସହାୟତାରେ, ସେ ନିଜେ ପାଇଥାନି ଶାଢ଼ି ବୁଣିବା ସହିତ ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି । ସେହିପରି ଓଡ଼ିଶାର ମୟୂରଭଞ୍ଜରେ ମଧ୍ୟ ସମାନ କାହାଣୀ ଅଛି । ଜିଲ୍ଲାର ୬୫୦ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀକୁ ପୁନରୁଦ୍ଧାର କରୁଛନ୍ତି । ମହିଳାମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଆଦିବାସୀ ମହିଳାମାନେ ସାନ୍ତାଳୀ ଶାଢ଼ିକୁ ନୂଆ ଜୀବନ ଦେଇଛନ୍ତି ।”
କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଶଂସା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଓଡ଼ିଶାର କେନ୍ଦୁଝରରେ କିଛି ଉଲ୍ଲେଖନୀୟ କାର୍ୟ୍ୟ ହେଉଛି । ‘ରାଧା କୃଷ୍ଣ ସଂକୀର୍ତ୍ତନ’ ନାମକ ଏକ ମଣ୍ଡଳୀ ଅଛି । ଭକ୍ତି ସହିତ, ଏହି ଗୋଷ୍ଠୀ ପରିବେଶ ସୁରକ୍ଷାକୁ ସଚେତନତା ମନ୍ତ୍ର ଦେଉଛନ୍ତି । ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଛନ୍ତି । ଗାଁ ଗାଁ ବୁଲି ପାରମ୍ପାରିକ ଗୀତରେ ନୂଆ ସନ୍ଦେଶ ଯୋଡ଼ି ସଚେତନ କରନ୍ତି । ବନ୍ନାଗ୍ନି ଦ୍ବାରା କଣ କ୍ଷତି ହୁଏ ଲୋକଙ୍କୁ ସଚେତନ କରନ୍ତି । ଏହି ପଦକ୍ଷେପ ପଛରେ ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ । ”ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୧୦ତମ ପୂର୍ଣ୍ଣତିଥିରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଅବଦୁଲ କଲାମ ଜଣେ ପ୍ରେରଣାଦାୟୀ ଦୂରଦର୍ଶୀ ଥିଲେ ବୋଲି କହିଛନ୍ତି ମୋଦି । ମନ୍‌ କି ବାତ୍‌ରେ ଶୁଭାଂଶୁ ଶୁକ୍ଳାଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ”ଆମେ ପୁଣି ଥରେ ଦେଶର ସଫଳତା ବିଷୟରେ କଥା ହେବୁ । ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବା ବିଷୟରେ ଦେଶରେ ବହୁତ ଆଲୋଚନା ହୋଇଥିଲା । ଶୁଭାଂଶୁ ସୁରକ୍ଷିତ ଭାବରେ ପୃଥିବୀରେ ଅବତରଣ କରିବା ମାତ୍ରେ ଦେଶବାସୀ ଖୁସିରେ ଝୁମିଥିଲେ । ସମସ୍ତଙ୍କ ହୃଦୟରେ ଖୁସିର ଲହରୀ ଖେଳିଗଲା । ଦେଶବାସୀଙ୍କ ଛାତି ଗର୍ବରେ କୁଣ୍ଡେମୋଟ ହୋଇଥିଲା ।

  • Related Posts

    ୟୁପିଆଇରେ ଲାଗିବନି ଶୁଳ୍କ !

    ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଉପରେ ଲାଗୁ ହେବାକୁ ଥିବା ୦.୦୪ ପ୍ରତିଶତ ଶୁଳ୍କ ଆଉ ଲାଗିବନି । ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଏହି ନୂଆ ନିୟମ କାର୍ୟ୍ୟକାରୀ କରିବାକୁ ସରକାର…

    Continue reading
    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ