
ପୁରୀ : ସୋମବାରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ନୀତି ସମୟରେ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇବେ ନାହିଁ। ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିବେ। ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ସୂଚନା ଅନୁସାରେ ସୋମବାର ସଂଧ୍ୟା ୬ଟାରୁ ରାତି ପ୍ରାୟ ୧୦ଟା ପର୍ୟ୍ୟନ୍ତ ଦର୍ଶନ କଟକଣା ରହିଛି ।
ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରି ଠାକୁରଙ୍କ ଖସାପଡ଼ା ନୀତି ସମ୍ପନ୍ନ କରିବେ। ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ପାଳନ କରାଯାଏ । ତେବେ ସେଦିନର ଠାକୁରଙ୍କ ନୀତି ଉପରେ ଦର୍ଶନ କଟକଣା ସମୟ ନିର୍ଭର କରେ ।