ଆଜି ସଂସଦରେ ଅପରେସନ ସିନ୍ଦୁର ଉପରେ ବିତର୍କ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆଜିଠାରୁ ଆରମ୍ଭ ହେବ। ପ୍ରଥମ ସପ୍ତାହ ହଟ୍ଟଗୋଳରେ ପରିପୂର୍ଣ୍ଣ ଥିଲା। ସୋମବାର ଲୋକସଭାରେ ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ଉପରେ ବିତର୍କ ହେବାର ସମ୍ଭାବନା ଅଛି। ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି ସହ ଜଡ଼ିତ ଦୁଇଟି ପ୍ରସଙ୍ଗରେ ଶାସକ ଏବଂ ବିରୋଧୀ ଗୃହରେ ମୁହାଁମୁହିଁ ହେବେ।ଲୋକସଭା ଏବଂ ରାଜ୍ୟସଭାରେ ବିତର୍କ ସମୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏବଂ ବିରୋଧୀ ଦଳଗୁଡ଼ିକ ସେମାନଙ୍କର ଶୀର୍ଷ ନେତାମାନଙ୍କୁ ବିତର୍କରେ ସାମିଲ କରିବେ ବୋଲି ଆଶା କରାଯାଉଛି।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ପ୍ରସଙ୍ଗଗୁଡ଼ିକ ଉପରେ ବକ୍ତବ୍ୟ ରଖିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସୁରକ୍ଷା ଉପରେ ତାଙ୍କ ସରକାରଙ୍କ “ଦୃଢ଼” ଦୃଷ୍ଟିକୋଣର ଟ୍ରାକ୍ ରେକର୍ଡ ଉପସ୍ଜଥାପନ କରିବା ତଥା ତାଙ୍କର ମତାମତ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି।ଅନ୍ୟ ପକ୍ଷରେ ଉଭୟ ଗୃହର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖାର୍ଗେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଅନ୍ୟାନ୍ୟ ନେତାଙ୍କ ସହିତ, ସରକାରଙ୍କ ବିରୁଦ୍ଧରେ ଏକ ମୋର୍ଚ୍ଚା ଖୋଲିପାରନ୍ତି।ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଜୁଲାଇ 25 ତାରିଖରେ କହିଥିଲେ ଯେ, ହୋହଲ୍ଲା ଯୋଗୁଁ ଅଧିବେଶନର ପ୍ରଥମ ସପ୍ତାହ ବାଧାପ୍ରାପ୍ତ ହୋଇଥିଲା ଏବଂ ବିରୋଧୀ ସୋମବାର ଲୋକସଭାରେ ଏବଂ ତା’ପରେ ମଙ୍ଗଳବାର ରାଜ୍ୟସଭାରେ ଉଭୟ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଶାସକ ଦଳ ଏବଂ ବିରୋଧୀ ଉଭୟ ଗୃହରେ 16 ଘଣ୍ଟାର ମାରାଥନ ବିତର୍କ ପାଇଁ ରାଜି ହୋଇଛନ୍ତି, ଯାହାକୁ ଆହୁରି ବୃଦ୍ଧି ମଧ୍ୟ କରାଯାଇପାରେ।

ଅପରେସନ ସିନ୍ଦୂର ପରେ ଭାରତର ପକ୍ଷ ଉପସ୍ଥାପନ କରିବା ପାଇଁ 30ରୁ ଅଧିକ ଦେଶ ଗସ୍ତ କରିଥିବା ସାତଟି ବହୁଦଳୀୟ ପ୍ରତିନିଧିମଣ୍ଡଳର ସଦସ୍ୟଙ୍କୁ

  • Garvita Odia

    Related Posts

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ଭୁବନେଶ୍ଵର : ବୈତରଣୀରେ ନାହିଁ ବନ୍ୟା ଆଶଙ୍କା। ଏବେ ଆଖୁଆପଦାଠାରେ ଜଳସ୍ତର ୧୮.୨୯ ମିଟର ରହିଛି। ବିପଦ ସଙ୍କେତ ଠାରୁ ଟିକେ କମ୍ କିନ୍ତୁ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର…

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଭୁବନେଶ୍ବର: ଚାଷୀ ପଞ୍ଜିକରଣ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ୩ ଲକ୍ଷ ୩୮ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି। ଗତବର୍ଷ ଏହି ସମୟରେ…

    Leave a Reply

    Your email address will not be published. Required fields are marked *

    You Missed

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବିଜେପି ଅଫିସରେ ପ୍ରୟାସକାନ୍ତି

    ବିଜେପି ଅଫିସରେ ପ୍ରୟାସକାନ୍ତି

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ୬ ସପ୍ତାହ ଭିତରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ୬ ସପ୍ତାହ ଭିତରେ  ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ  ୭୫ ଲକ୍ଷ ଗଛ