ବଳଙ୍ଗା ଘଟଣା, ଆଜି ଦିଲ୍ଲୀରୁ ଫେରିବ ତଦନ୍ତକାରୀ ଟିମ୍

ଭୁବନେଶ୍ୱର: ବଳଙ୍ଗା ନାବାଳିକା ପୋଡ଼ି ଘଟଣା । ମଙ୍ଗଳବାର ଓଡ଼ିଶା ଫେରିବ ତଦନ୍ତକାରୀ ଟିମ୍‌ । ସୋମବାର ଦିନ ଏମ୍‌ସ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍‌ । ୩୦ ମିନିଟ୍‌ ଧରି ପୀଡିତାଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ବଳଙ୍ଗୀ ପୀଡ଼ିତାଙ୍କୁ ଜେରା କରିବା ଲାଗି ଏକ ଟିମ୍‌ ଦିଲ୍ଲୀ ଗସ୍ତ କରିଥିଲା । ଯେଉଁଥିରେ ପୁରୀ ଡିଏସ୍‌ପି, ବଳଙ୍ଗା ଥାନା ଅଧିକାରୀ ଆଦି ଅଫିସର ସାମିଲ ଥିଲେ । ସୋମବାର ଦିନ ପୀଡିତାଙ୍କୁ ଜେରା କରିବାକୁ ଧାର୍ୟ୍ୟ ହୋଇଥିଲା । ହେଲେ ପୀଡିତାଙ୍କ ଅସ୍ତ୍ରୋପଚାର ଲାଗି ଜେରାରେ ବିଳମ୍ବ ହୋଇଥିଲା । ଶେଷରେ ଅସ୍ତ୍ରୋପଚାର ନାବାଳିକାକୁ ପଚରାଉଚରା କରିଥିଲେ ଟିମ୍‌ । ଦୀର୍ଘ ୩୦ ମିନିଟ୍‌ ଧରି ପୀଡିତାଙ୍କୁ ବୟାନ ରେକର୍ଡ କରିଥିଲା ଟିମ୍‌ । ଯାହାର ପୁରା ଭିଡିଓ ରେକର୍ଡିଂ କରାଯାଇଛି । ପୀଡିତାଙ୍କୁ ପଚରାଉଚରା ପରେ ଆଜି ଟିମ୍ ଓଡ଼ିଶା ଫେରିବ । ହେଲେ ଏହାପୂର୍ବରୁ ପୁଣି ଥରେ ଏମ୍ସ ଯାଇ ପୀଡିତାଙ୍କ ସହ କିଛି ସମୟ ପଚରାଉଚରା କରିବା ପୋଲିସ । ବର୍ତ୍ତମାନ ସୁଦ୍ଧା ପୀଡିତାଙ୍କର ୩ ଥର ବୟାନ ରେକର୍ଡ ହୋଇସାରିଲାଣି । ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟରେ ତିନି ଥର ସମାନ ଉତ୍ତର ସହିତ ସମାନ କଥା କହିଛନ୍ତି ପୀଡିତା । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ପୀଡ଼ିତାଙ୍କ ଘର ସାମ୍ନାରେ ପୋଲିସ ମୁତୟନ କରାଯାଇଛି । ରାତିତମାମ ଘର ସାମ୍ନାରେ ଜରି ରହିଥିଲେ ପୋଲିସ କର୍ମୀ ।

  • Garvita Odia

    Related Posts

    ବାତିଲ ହେଲା ଏହିସବୁ ପରୀକ୍ଷା

    କଟକ: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍‌ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସ୍ପେକ୍ଟର (ARI), ଅମିନ ଏବଂ ICDS ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ କରିଛି।…

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ରେ ହେବ ବ୍ୟାଘ୍ର ପ୍ରକଳ୍ପ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପକ୍ଷରୁ ମିଳିଲା ଅନୁମତି। ବିଶେଷଜ୍ଞ କମିଟିର ସ୍ଥିତି ଅନୁଧ୍ୟାନ ପରେ ନିଷ୍ପତ୍ତି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ପିସିସିଏଫ୍ ପ୍ରେମ୍‌ କୁମାର ଝା ଏନେଇ ସୂଚନା…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍