ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ନୂତନ ରୁଟ୍‌ରେ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସଭାରେ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉନ୍ନତି ହେଉ ନ ଥିବା ଉଲ୍ଲେଖ କରି ସେ ନୂଆ ରୁଟ ସହ ଆଦିବାସୀ ପ୍ରଭାବିତ ଅଞ୍ଚଳକୁ ବିମାନ ଚଳାଚଳ ପାଇଁ କି ଯୋଜନା ରହିଛି ବୋଲି ପ୍ରଶ୍ନ କରିଛନ୍ତି । ସୋମବାର ସଂସଦରେ ଶ୍ରୀ ମଙ୍ଗରାଜ ଓଡ଼ିଶା ଓ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ବିମାନ ଚଳାଚଳ ପାଇଁ ନୂଆ ରୁଟ୍‌ ଚିହ୍ନଟ, ଆର୍ଥିକ ବର୍ଷରେ ଉଡାନ୍‌ ସ୍କିମ୍‌ ଅଧୀନରେ ବଜେଟ ବରାଦ, ପ୍ରଚଳିତ ରୁଟ୍‌କୁ ଆଦିବାସୀ ବହୁଳ ଅଞ୍ଚଳକୁ ସମ୍ପ୍ରସାରଣ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହ କ୍ଷେତ୍ରୀୟ ବିମାନ ଚଳାଚଳର ସୁରକ୍ଷା ଏବଂ ସମସ୍ତଙ୍କ ବ୍ୟବହାର ଉପଯୋଗୀ ଭଡା ସ୍ଥିର କରିବାକୁ ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମଙ୍ଗରାଜ ଜାଣିବାକୁ ଚାହିଁଛନ୍ତି ।

ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ନାଗରିକ ଉଡ଼ାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ କହିଛନ୍ତି ଯେ ଦେଶରେ ଆର୍‌ସିଏସ୍‌-ଉଡାନ୍‌ ନାମକ ଆଞ୍ଚଳିକ ସଂଯୋଗ ଯୋଜନା ଆରମ୍ଭ କରିଛି। ଓଡ଼ିଶାରେ ମୋଟ ୩୨ଟି ରୁଟ ଏବଂ ଉତ୍ତର-ପୂର୍ବାଞ୍ଚଳରେ ୯୦ଟି ରୁଟରେ ଆର୍‌ସିଏସ୍‌ ଅଧୀନରେ ପରିଚାଳିତ ହୋଇଛି। ନିର୍ଦ୍ଦିଷ୍ଟ ରୁଟରେ ଚାହିଦାର ମୂଲ୍ୟାଙ୍କନ ଆଧାରରେ ଆଗ୍ରହୀ ବିମାନ ସେବା ସଂସ୍ଥାମାନେ ବିଡିଂ ସମୟରେ ନିଜର ପ୍ରସ୍ତାବ ଦାଖଲ କରନ୍ତି। ବୈଧ ବିଡ୍‌ଗୁଡ଼ିକର ମୂଲ୍ୟାଙ୍କନ କରାଯାଇ ଯୋଜନା ଅଧୀନରେ ରୁଟଗୁଡ଼ିକର ପରିଚାଳନା ପାଇଁ ଅନୁମୋଦନ ଦିଆଯାଏ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆର୍‌ସିଏସ୍‌-ଉଡାନ୍‌ ପାଇଁ ୩୦୦ କୋଟି ଟଙ୍କା ବଜେଟ୍‌ ବରାଦ ହେଉଛି। ଟିୟର-୨ ଓ ଟିୟର-୩ ସହରମାନଙ୍କୁ ବିମାନ ସଂଯୋଗ ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ।ଏଥିରେ ଆଦିବାସୀ ଅଞ୍ଚଳ ଅନ୍ତର୍ଭୁକ୍ତ। ଯୋଜନା ନିର୍ଦ୍ଦିଷ୍ଟ ଆସନଗୁଡ଼ିକରେ ବିମାନ ଭଡ଼ାକୁ ସୀମିତ କରି ଏବଂ ବିମାନ ସେବା ସଂସ୍ଥାମାନଙ୍କୁ ପରିଚାଳନା ଖର୍ଚ୍ଚ ଓ ଆଶାକୃତ ରାଜସ୍ୱ ମଧ୍ୟରେ ଥିବା ଅନ୍ତରକୁ ପୂରଣ କରିବା ପାଇଁ ସହାୟତା ପ୍ରଦାନ ମାଧ୍ୟମରେ ସୁଲଭ ବିମାନ ଯାତ୍ରାକୁ ପ୍ରୋତ୍ସାହନ ଦେଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

  • Related Posts

    ଆଜି ନୂଆ ଟିମ୍ ଘୋଷଣା କରିପାରନ୍ତି ନୀତିନ ନବୀନ

    ନୂଆଦିଲ୍ଲୀ : ବିଜେପିର ସଙ୍ଗଠନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଚୂଡାନ୍ତ କରିସାରିଛନ୍ତି । କେବଳ ଔପଚାରିକ ଘୋଷଣାକୁ ବାକି ଅଛି । କୁହାଯାଉଛି କି ସୋମବାର…

    Continue reading
    ଜାତୀୟ ପ୍ରତୀକ ଓ ଗାନ ପ୍ରତି ଅବମାନନା ଓ ବାଧା ସୃଷ୍ଟି କରି ଦଣ୍ଡନୀୟ ଅପରାଧ କରଛନ୍ତି ସୋନିଆ: ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଦେଶବାସୀ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ବନ୍ଦେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ