ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ସ୍ଥାନୀୟ କୃଷିଭବନ ଅଡିଟୋରିଅମଠାରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ୩୦ ଗୋଟି ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ କାର୍ଯ୍ୟକ୍ଷମ ସମସ୍ତ ଯୋଜନାର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷରେ ହିତାଧିକାରୀଙ୍କଠାରୁ ଦରଖାସ୍ତ ଗ୍ରହଣ କରି ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ କିସାନ କ୍ରେଡିଟ୍ କାର୍ଡ , ଭିତ୍ତିଭୂମି ବିକାଶ , ମାଛ ଚାଷୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଉପରେ ସବିଶେଷ ସମୀକ୍ଷା କରିଥିଲେ ।
ରାଜ୍ୟରେ ଉନ୍ନତ ମାନର ଗୁଣାତ୍ମକ ଯାଆଁଳ ଉତ୍ପାଦନ ଓ ସଠିକ ସମୟରେ ମାଛ ଚାଷୀଙ୍କ ନିକଟରେ ଏହାର ଉପଲବ୍ଧତା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜଳକୃଷି ବୀମା ନିମନ୍ତେ ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମରେ ରେଜିଷ୍ଟ୍ରେସନ ଉପରେ ପ୍ରାଧାନ୍ୟ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ଗୁଡିକର ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେବା ନିମନ୍ତେ ଅଗ୍ରାଧିକାର ଦିଆଯାଇଥିଲା । KCC ମାଧ୍ୟମରେ ମାଛ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ସମସ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଦରଖାସ୍ତ ସଂଗ୍ରହ କରି ବ୍ୟାଙ୍କ କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ , ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Garvita Odia

    Related Posts

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ଭୁବନେଶ୍ଵର : ବୈତରଣୀରେ ନାହିଁ ବନ୍ୟା ଆଶଙ୍କା। ଏବେ ଆଖୁଆପଦାଠାରେ ଜଳସ୍ତର ୧୮.୨୯ ମିଟର ରହିଛି। ବିପଦ ସଙ୍କେତ ଠାରୁ ଟିକେ କମ୍ କିନ୍ତୁ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର…

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଭୁବନେଶ୍ବର: ଚାଷୀ ପଞ୍ଜିକରଣ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ୩ ଲକ୍ଷ ୩୮ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି। ଗତବର୍ଷ ଏହି ସମୟରେ…

    Leave a Reply

    Your email address will not be published. Required fields are marked *

    You Missed

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବିଜେପି ଅଫିସରେ ପ୍ରୟାସକାନ୍ତି

    ବିଜେପି ଅଫିସରେ ପ୍ରୟାସକାନ୍ତି

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ୬ ସପ୍ତାହ ଭିତରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ୬ ସପ୍ତାହ ଭିତରେ  ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ  ୭୫ ଲକ୍ଷ ଗଛ