ସରକାରୀ କାର୍ୟ୍ୟାଳୟରେ ପ୍ଲାଷ୍ଟିକ୍‌ ମନା

ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ ସରକାରୀ କାର୍ୟ୍ୟାଳୟରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ ଉପରେ କଟକଣା ଲଗାଯାଇଛି। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହାକୁ କାର୍ୟ୍ୟକାରୀ କରିବାକୁ ସବୁ ବିଭାଗର ସଚିବ, ପ୍ରମୁଖ ଶାସନ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦିଆଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏ ସଂକ୍ରାନ୍ତରେ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ସରକାରୀ କାର୍ୟ୍ୟାଳୟରେ ଏକକ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାରକୁ ରାଜ୍ୟ ସରକାର ନିଷେଧ କରିଛନ୍ତି। ପୂର୍ବରୁ ଏନେଇ ୨୦୧୯ରେ ରାଜ୍ୟ ସରକାର ଓ ୨୦୨୨ରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି।

ଏବେ ସହରାଞ୍ଚଳରେ ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ପର୍ୟ୍ୟଟନ ସ୍ଥଳରେ ମଧ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ନିଷେଧ କରାଯିବା ସହ ଆବଶ୍ୟକ ସ୍ଥଳେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ଏପରି ଜିନିଷ ପ୍ରଚୁର ପରିମାଣରେ ବ୍ୟବହାର ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭାଗସ୍ତରରେ ଏହି ଘଟଣାକୁ ଗ୍ରହଣ କରିବାକୁ ପୂର୍ବକ ସରକାରୀ କାର୍ୟ୍ୟାଳୟ/ସ୍ୱାୟତ୍ତ ସଂସ୍ଥା ଏବଂ ରାଜ୍ୟ ପିଏସ୍‌ୟୁଗୁଡ଼ିକରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ବନ୍ଦ ପାଇଁ ନିର୍ଦେଶନାମା ଜାରି କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ ୫ ସୂତ୍ରୀ ନିୟମାବଳୀ ଜାରି କରାଯାଇଛି।

ସମସ୍ତ କାର୍ୟ୍ୟାଳୟ ପରିସରରେ ବୈଠକ, ସମ୍ମିଳନୀ, କର୍ମଶାଳା ଏବଂ ସରକାରୀ ସମାବେଶ ସମୟରେ ପ୍ଲାଷ୍ଟିକ୍ ପାଣି ବୋତଲ ବ୍ୟବହାର ବନ୍ଦ କରିବାକୁ କୁହାଯାଇଛି। ପ୍ଲାଷ୍ଟିକ୍ ବୋତଲ ବଦଳରେ ଷ୍ଟିଲ୍/କପର ଗ୍ଲାସ୍ ବୋତଲ, ବାଉଁଶ କିମ୍ବା ମାଟି ବୋତଲ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି କାର୍ୟ୍ୟାଳୟ ପରିସରରେ ପ୍ଲାଷ୍ଟିକ୍‌ରେ ତିଆରି ଥର୍ମୋକୁଲ୍ ପ୍ଲେଟ୍, ଟ୍ରେ, ପାତ୍ର, କପ୍, ଗ୍ଲାସ୍, ଚାମଚ, କଣ୍ଟା ଭଳି ଅନ୍ୟାନ୍ୟ ପାତ୍ର ବ୍ୟବହାର ବନ୍ଦ କରିବାକୁ ହେବ।

ପଲିଥିନ୍‌ରେ ଚା’ ଓ କଫି ଆଣିବା ଉପରେ କଟକଣା ଲଗାଯାଇଥିବାବେଳେ କାର୍ୟ୍ୟାଳୟ ପରିସରରେ ଖାଦ୍ୟ ସାମଗ୍ରୀ, କଠିନ ଜିନିଷ, ତରଳ ଜିନିଷ ପ୍ଲାଷ୍ଟିକ୍‌ରେ ଆଣିବାକୁ ମନା କରାଯାଇଛି। ପ୍ଲାଷ୍ଟିକ୍‌ର ବିକଳ୍ପ ଭାବେ ଷ୍ଟିଲ୍‌, ବ୍ରାସ୍‌, କାଚ, ମାଟି କିମ୍ବା ଜୈବିକ ପଦାର୍ଥକୁ ବ୍ୟବହାର କରିବାକୁ କୁହାଯାଇଛି। ଅତିଥି କିମ୍ବା ଅନ୍ୟମାନଙ୍କୁ ପ୍ଲାଷ୍ଟିକ୍‌ ସାମଗ୍ରୀରେ ପୁଷ୍ପଗୁଚ୍ଛ, ଉପହାର ସାମଗ୍ରୀ, ମାନପତ୍ର ଦେବାରେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ ପାଇଁ କୁହାଯାଇଛି। କାଗଜକୁ ବିକଳ୍ପ ଭାବେ ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ