ବାତ୍ୟା କ୍ଷୟକ୍ଷତି:ଡିବିଟି ମାଧ୍ୟରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ

ଭୁବନେଶ୍ଵର : ବାତ୍ୟା କ୍ଷୟକ୍ଷତି ନେଇ କୃଷି ମନ୍ତ୍ରୀ କେଭି ସିଂହଦେଓ  କହିଛନ୍ତି ଯେ  ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡା, ଯାଜପୁର   ବାଲେଶ୍ଵର ଓ ଭଦ୍ରକରେ ଚାଷ ଜମି ଅଧିକ ପ୍ରଭାବିତ ହୋଇଛି। ୧ ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି। ସର୍ବାଧିକ ରାଜକନିକା, ଆଳି, ମହାକାଳପଡ଼ା କ୍ଷତିଗ୍ରସ୍ତ ହୋଇଛି। ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି। ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରି, ଧାମନଗରରେ କ୍ଷତି ହୋଇଛି। ବାଲେଶ୍ଵରରେ ୩୧୪୦ ହେକ୍ଟର ଜମି କ୍ଷତି ହୋଇଛି। ସେହିପରି ମୟୂରଭଞ୍ଜରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି। ଯାଜପୁରରେ ୨୭୦୯, ଜତସିଂହପୁର ୨୪୯୮ ହେକ୍ଟର ଜମି କ୍ଷୟକ୍ଷତି ହୋଇଛି।
କୃଷି ମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲାସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି। ବର୍ଷା କମିଲା ପରେ ଫିଲ୍ଡକୁ ଯାଇ ଜିଓ ଟ୍ୟାଗିଂ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟଳୟ, ଏସଆରସି  ଓ କୃଷି ବିଭାଗ ରିପୋର୍ଟ ଦେଖି ନିଷ୍ପତ୍ତି ନେବେ। ଏସଆରସିଙ୍କ ନୂଆ ଗାଇଡଲାଇନ୍ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ଏସଆରସିଙ୍କୁ ଦିଆଯିବ। ଡିବିଟି ମାଧ୍ୟରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ। ଭୁଲ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି। ଧରାପଡ଼ିଲେ ସରକାର କାର୍ୟ୍ୟାନୁଷ୍ଠାନ ନେବେ। ଗତକାଲି ୯୦% ବିଦ୍ୟୁତ କାମ ସରିଛି। ବର୍ଷା ପାଇଁ ୧୦% ରହିଯାଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ।

Related Posts

ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

Continue reading
ବଡ଼ ଭାଇକୁ ହତ୍ୟା କଲା ସାନ

ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

Continue reading

Leave a Reply

Your email address will not be published. Required fields are marked *

You Missed

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ